ପାଟଣାଗଡରେ ବ୍ଲକ୍‌ସ୍ତରୀୟ ଶିଶୁ ସୁରକ୍ଷା ସମ୍ପର୍କିତ ସଚେତନତା ଶିବିର : ବିଧାୟକଙ୍କ ଦ୍ଵାରା ବିଜୁ କନ୍ୟାରତ୍ନ ଯୋଜନାର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡର ପାଟଣେଶ୍ୱରୀ ମନ୍ଦିର ନିକଟସ୍ଥ ପାଟଣେଶ୍ୱରୀ ଉତ୍ସବ ଭବନଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ବଲାଙ୍ଗିର ତରଫରୁ ବ୍ଲକ୍‌ସ୍ତରୀୟ ଶିଶୁ ସୁରକ୍ଷା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂ ଅଧ୍ୟକ୍ଷତା କରିଥିବା ବେଳେ, ମଞ୍ଚ ପରିଚାଳନା କରିଥିଲେ ସୁରକ୍ଷା ଅଧିକାରୀ ଚୂଡ଼ାମଣି ପଣ୍ଡା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ତଥା ଉପମୁଖ୍ୟ ସଚେତକ ସରୋଜ ମେହେର ଉପସ୍ଥିତ ଥିଲେ । ମୁଖ୍ୟ ଅତିଥିଙ୍କ ଦ୍ଵାରା ବିଜୁ କନ୍ୟାରତ୍ନ ଯୋଜନାର ଶୁଭାରମ୍ଭ କରାଗଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂ ଶିଶୁ ସୁରକ୍ଷା ସମ୍ପର୍କିତ ବିଭିନ୍ନ ଯୋଜନା ଉପରେ ଜଣାଇଥିଲେ । ଏହି ଅବସରରେ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ମାନସୀ ବିଶ୍ଵାଳ, ଜିଲ୍ଲା ପରିଷଦର ସଭ୍ୟ କସ୍ତୁରୀ ସେଠ୍, ସିଡିପିଓ ଅନୁପମ। ପଣ୍ଡା, ଶିଶୁ ମଙ୍ଗଳ ସମିତି ସଦସ୍ୟା ଲୀନା ବାବୁ, ସଦସ୍ୟ ସୀତାରାମ ହୋତା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସୁରକ୍ଷା ଅଧିକାରୀ ଚୂଡ଼ାମଣି ପଣ୍ଡା ପୋଷ୍ୟ ସନ୍ତାନ ଗ୍ରହଣ, କିଶୋର ନ୍ୟାୟ ଆଇନ, ଶିଶୁ ଗୃହ ଉପରେ ଆଲୋକପାତ କରିଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପୃଷ୍ଠପୋଷକତା ସହାୟତା ରାଶି, ଫୋଷ୍ଟର୍ କେୟାର ମିଶନ୍ ବାତ୍ସଲ୍ୟ, ଜିପିଡିପିର ବାର୍ଷିକ ଯୋଜନାରେ ୫% ଅନୁଦାନ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଶିଶୁମାନଙ୍କ ଯତ୍ନ ନିମନ୍ତେ ଖର୍ଚ୍ଚ କରିପାରିବେ ବୋଲି କହିଥିଲେ । ସେହିପରି ଆଶୀର୍ବାଦ, ସୁକନ୍ୟା, ବେଟି ବାଚାଓ, ବେଟି ପଢାଓ ଯୋଜନା ଉପରେ ଅତିଥିମାନେ ବୁଝାଇ ଥିଲେ । ମୁଖ୍ୟ ଅତିଥିମାନଙ୍କ ଦ୍ଵାରା ବିଜୁ କନ୍ୟାରତ୍ନ ଯୋଜନା ଶୁଭାରମ୍ଭ ହୋଇଥିଲା । କାର୍ଯ୍ୟକ୍ରମରେ ପାଟଣାଗଡ଼ ବ୍ଳକର ଅଙ୍ଗନୱାଡ଼ି କର୍ମୀ, ସୁପର ଭାଇଜର୍, ବ୍ଳକ କର୍ମଚାରୀ ଉପସ୍ଥିତ ଥିବା ବେଳେ ପରିଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଅରୁଣାର ଜିଲ୍ଲା ପରାମର୍ଶ ଦାତା ପ୍ରମୋଦ ବଗର୍ତ୍ତି ସମସ୍ତଙ୍କୁ ଧନ୍ୟବାଦ୍ ଦେଇ ସଭାସ।ଙ୍ଗ କରିଥିଲେ ।

Leave A Reply

Your email address will not be published.