pr

ମାଁ ବସ୍ତ୍ରେନ ମାଉଲି ଫୁଟବଲ ଟୁର୍ଣ୍ଣାମେଣ୍ଟ : କୁରସୁଡ ଓ ମାଲପଡା ଦଳ ବିଜୟୀ

dr. purohit

ବଙ୍ଗୋମୁଣ୍ଡା,(ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଝଲପ ପଂଚାୟତର ମମିଆଁ ଗ୍ରାମରେ ଚାଲିଥିବା ମାଁ ବସ୍ତ୍ରେନ ମାଉଲି ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ପଂଚମ ଦିନରେ ପହଂଚିଛି । ପଂଚମ ଦିବସରେ ପୂର୍ବତନ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷ ଗୁରୁଚରଣ ବେହେରା ଅତିଥି ଭାବେ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ପଂଚମ ଦିବସ କୁରସୁଡ ଓ ମାଲପଡା ଦଳ ବିଜୟୀ ହୋଇଥିଲେ । ରେଫରୀ ଦୁଷ୍ମନ୍ତ ସାହୁ ଖେଳ ପରିଚାଳନା କରିଥିବା ବେଳେଲ ଲାଇନରେ ଦୁଷ୍ମନ୍ତ ବେହେରା, ବୁଲୁ ମାଝୀ, ମନୁ ମାଝୀ ସହ ଯୋଗଦାନ କରିଥିଲେ । ମମିଆଁ ଗାଁର ବୈବ ମଙ୍ଗରାଜ ଧାରା ବିବରଣୀ ପ୍ରଦାନ କରିଥିଲେ । ଏଥିରେ ଆୟୋଜକ କମିଟୀର ଛବି ବେହେରା, ଅକ୍ଷୟ ମଙ୍ଗରାଜ, ଚିନ୍ତା ବେହେରା, କେଶବ ବେହେରା. ଘାଟୁ ଭୋଇ. ଝସକେତନ ଭୋଇ, ଇଶ୍ୱର ଭୋଇ, ମୁଟୁ ଭୋଇ, ବିରେନ୍‌ ବେହେରା, ମୋତିରାମ ବେହେରା. ଜାନକୀ ଭୋଇ, କିଶୋର ଭୋଇଙ୍କ ସମେତ କ୍ଲବର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.