ବିଦାୟ ସମ୍ବର୍ଦ୍ଧନା ସମାରୋହ

ନୂଆପଡା, (ଅଜିତ ବେହେରା) : ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଭଇଁସାଦାନି ଗ୍ରାମପଞ୍ଚାୟତ ଅନ୍ତର୍ଗତ ସିଆଲଟି ଆଞ୍ଚଳିକ ସାଧନା କେନ୍ଦ୍ର ସଂଯୋଜକ ସିଆରସିସି ବୈଷ୍ଣବ ଦୁରିଆଙ୍କୁ ଆଜି ଭଇଁସାଦାନି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଉକ୍ତ ସମ୍ବର୍ଦ୍ଧନା ଦିବସରେ ବିଦ୍ୟାଳୟ ପ୍ରଧାନଶିକ୍ଷକ ରାଜକୁମାର ଦୁରିଆଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବରେ ଏବିଇଓ ନେପାଳ ଚନ୍ଦ୍ର ଦେ, ସମ୍ମାନିତ ଅତିଥି ସିଆରସିସି ବୈଷ୍ଣବ ଦୁରିଆ, ସିଆଲଟି କ୍ଲଷ୍ଟର ସିଆରସିସି ହରିଶଙ୍କର ମାଝୀ ଓ ସିଆଲଟି କ୍ଲଷ୍ଟରର ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.