ବିଚିତ୍ର ଶିଶୁକନ୍ୟା ଜନ୍ମ : ନାକ ନାହିିଁ, ଗୋଟିଏ ଜାଗାରେ ୨ଟି ଆଖି

ବ୍ରହ୍ମପୁର, (ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବଡ଼ ମେଡିକାଲରେ ବୁଧବାର ଦିନ ଏକ ବିଚିତ୍ର ଶିଶୁକନ୍ୟା ଜନ୍ମ ନେଇଥିବା ଜଣାପଡ଼ିଛି । ଶିଶୁକନ୍ୟାର ନାକ ନାହିିଁ । ଗୋଟିଏ ଜାଗାରେ ରହିଛି ଦୁଇଟି ଆଖି । ସୂଚନା ଅନୁସାରେ କନ୍ଧମାଳ ଜିଲା କ.ନୂଆଗାଁ ଥାନା ଅନ୍ତର୍ଗତ ଡାମେରକିଆ ଗ୍ରାମର ଗୌତମ ଦୀପଙ୍କ ସ୍ତ୍ରୀ ଯସ୍ମିନ୍‌ଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଭର୍ତ୍ତି କରାଯାଇଥିଲା । ବୁଧବାର ମଧ୍ୟାହ୍ନରେ ସେ ପ୍ରସବ ବେଦନା ଅନୁଭବ କରିବାରୁ ତାଙ୍କୁ ଲେବର୍‌ ରୁମ୍‌କୁ ନିଆଯିବା ପରେ ଗର୍ଭରେ ଶିଶୁଟିର ମୃତ୍ୟୁ ଘଟିଥିବା ଡାକ୍ତରମାନେ ଜାଣି ପାରିଥିଲେ । ଅସ୍ତ୍ରୋପଚାର କରି ମୃତ ଶିଶୁକୁ ବାହାର କରାଯାଇଥିଲା । ଶିଶୁକନ୍ୟାଟି ମୃତ ଅବସ୍ଥାରେ ଜନ୍ମ ହୋଇଥିବା ଏମ୍‌କେସିଜି ମେଡିକାଲ ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡା.ସୁନୀଲ କୁମାର ଅଗ୍ରୱାଲ୍‌ ସୂଚନା ପ୍ରଦାନ କରିଛନ୍ତି । ଜେନେଟିକ୍‌ ସମସ୍ୟା ଯୋଗୁଁ ଏଭଳି ସମସ୍ୟା ହୋଇଥାଏ ବୋଲି ଡାକ୍ତର କହିଛନ୍ତି ।

Leave A Reply

Your email address will not be published.