ଅମ୍ବାଭୋନା ସରପଞ୍ଚଙ୍କ ଅଭିନବ ପ୍ରୟାସ : ଗାଆଁକୁ ଗାଁ ବୁଲି ହିତାଧିକାରୀଙ୍କୁ ବାଣ୍ଟୁଛନ୍ତି ସରକାରୀ ଭତ୍ତା

ବରଗଡ, (ନିରୋଜ କୁମାର ପାଣୀ) : ସରକାରଙ୍କ ଯୋଜନା ପାଇବାକୁ ହେଲେ ସରକାରୀ କାର୍ଯ୍ୟାଳୟକୁ ଯିବାକୁ ପଡେ କିନ୍ତୁ ଏବେ ସରକାରୀ ଯୋଜନା ପହଁଚିଛି ଲୋକଙ୍କ ଘରେ । ଏମିତି ଏକ ପ୍ରୟାସ କରିଛନ୍ତି ବରଗଡ଼ ଜିଲ୍ଲା ଭଟଲୀ ବିଧାନସଭା ଅନ୍ତର୍ଗତ ଅମ୍ବାଭୋନା ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ଶ୍ରୀମତୀ ଗୁଲାପି ଦାସ । ପ୍ରବଳ ଗ୍ରୀଷ୍ମପ୍ରବାହକୁ ଆଖିରେ ରଖି ତାଙ୍କର ଏହି ଅଭିନବ ପ୍ରୟାସ । ଖରାଦିନେ ହିତାଧିକାରୀଙ୍କ ପକ୍ଷେ ଦୀର୍ଘ ୩ କିଲୋମିଟର ରାସ୍ତା ଅତିକ୍ରମ କରି ସରକାରୀ ଭତ୍ତା ପାଇବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଆସି ପୁଣି ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବା ଜନିତ ପୀଡ଼ାକୁ ହୃଦୟଙ୍ଗମ କରି ସରପଞ୍ଚଙ୍କ ପ୍ରତିନିଧି ନିଜେ ଭତ୍ତା ନେଇ ପହଞ୍ଚିଛନ୍ତି ହିତାଧିକାରୀଙ୍କ ପାଖରେ । ଯାହାକୁ ନେଇ ବିଭିନ୍ନ ମହଲରେ ପ୍ରଶଂସାର ସୁଅ ଛୁଟୁଛି ନୂଆ ସରପଞ୍ଚଙ୍କ ପାଖରେ ଏବଂ ହିତାଧିକାରୀଙ୍କ ମନରେ ଖେଳିଯାଇଛି ଖୁସିର ଉଲ୍ଲାସ ।

Leave A Reply

Your email address will not be published.

error: Content is protected !!