om academy

ଉଜୁଡି ଯାଇଛି ଓଡିଶାର ଭାତହାଣ୍ଡି

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ସାରା ଓଡିଶାରେ ଭାତହାଣ୍ଡି ଭାବେ ପରିଚିତ । ମୁଖ୍ୟତଃ ରାଜ ବୋଡାସମ୍ବର ଅଞ୍ଚଳରେ ବସବାସ କରୁଥିବା ଅଧିବାସୀ ଖରିଫ ଋତୁରେ ଧାନ ଚାଷକୁ ପ୍ରଧାନ୍ୟ ଦେଇଥାନ୍ତି, କାରଣ ଏ ଅଞ୍ଚଳରେ ଚାଷୀମାନଙ୍କ ପାଇଁ ଚାଷ କାର୍ୟ୍ୟ ସକାଶେ ସ୍ଥାୟୀ ସୁବିଧା ଆଜି ପର୍ୟ୍ୟନ୍ତ ହୋଇ ପାରିଲା ନାହିଁ । ନେତୃସ୍ଥାନୀୟ ବ୍ୟକ୍ତି ମାନଙ୍କ ପାଇଁ ଆଜି ପର୍ୟ୍ୟନ୍ତ ପଦ୍ମପୁର ଅଞ୍ଚଳଟି ଏକ ପ୍ରକାରର ମରୁଡି ଅଞ୍ଚଳ ଭାବେ ରହିଯାଇଛି । ଦୂରଦୃଷ୍ଟି ଏହାର ମୁଖ୍ୟ କାରଣ ଅଟେ । ସେ ଯାହାବି ହେଉ ଚାଷୀ ଚଳିତ ଖରିଫ ଋତୁର ମୁଠାଏ ଧାନ ପାଇଁ ଆଜିକାର ଦିନରେ ଚିନ୍ତାଶୀଳ ଅବସ୍ଥାରେ ମୁଣ୍ଡରେ ହାତ ଦେଇ ବସି ପଡିଲାଣି । ମୁଣ୍ଡର ଝାଳ ତୁଣ୍ଡରେ ମାରି ଚାଷୀ ଆଜି ଦିଗହରା ଭାବେ ଛୁଟି ଆସିଥିଲା ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଅଭିମୁଖେ । ବିଭିନ୍ନ ପ୍ରକାରର ରୋଗରେ ଜର୍ଜରିତ ହୋଇ ଧାନ ଫସଲ ସମ୍ପୂର୍ଣ୍ଣ ଭାବେ ଉଜୁଡି ସାରିଲାଣି । କାଳ ବିଳମ୍ବ ନକରି ଅତିଶୀଘ୍ର କ୍ଷତି ହୋଇଥିବା ଧାନଚାଷକୁ ଆକଳନ କରିବା ସହିତ ଚାଷୀମାନଙ୍କୁ ଇନପୁଟ ସବସିଡି ଯୋଗାଇ ଦେବାପାଇଁ ଦାବୀ ପତ୍ର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କୁ ପ୍ରଦାନ କରିଛନ୍ତି । ଆଜି ମଙ୍ଗଳବାର ଦିନ ରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ ପୁରେନା ଗ୍ରାମ ପଞ୍ଚାୟତର ମାଁ ଠାକୁରଦେଇ କୃଷକ ସଙ୍ଗଠନର ସଭାପତି ଦେବରାଜ ସାହୁଙ୍କ ନେତୃତ୍ୱରେ ଚାଷୀମାନେ ନଷ୍ଟ ହୋଇଥିବା ଧାନକେଣ୍ଡାକୁ ଉପଜିଲ୍ଲାପାଳଙ୍କୁ ଦେଖାଇବା ସଙ୍ଗେ ସଙ୍ଗେ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ସମସ୍ତ ବିଷୟକୁ ଅବଗତ କଲାପରେ ଉପଜିଲ୍ଲାପାଳ ଦରୱାନ୍ ଏହାକୁ ବରଗଡ ଡି.ଡି.ଏଙ୍କୁ ଜଣାଇ ଦିଆଯିବ ବୋଲି ଚାଷୀଙ୍କୁ ପ୍ରତିଶୃତି ପ୍ରଦାନ କରିଥିଲେ । ଏଠାରେ ଉଲ୍ଲେଖନୀୟ ଏହିକି ବଜାରରେ ଚାହା ଦୋକାନ ଖୋଲିଲା ଭଳି ବିନା ପଂଜିକୃତ ସାର ଓ କୀଟନାଶକ ଓୌଷଧ ଦୋକାନ ଗ୍ରାମାଂଚଳରେ ଛାଇ ହୋଇଗଲାଣି । ସେମାନେ ଛତିଶଗଡ ରାଜ୍ୟ ତଥା ବିଭିନ୍ନ ପ୍ରଦେଶରୁ ଡୁପ୍ଲିକେଟ ସାର ତଥା କୀଟନାଶକ ଔଷଧ ବିଭିନ୍ନ ପ୍ରକାରର ବାହାନା ଦେଖାଇ ମାଲେମାଲ ହେବାରେ ଲାଗିଥିବା ବେଳେ ଏଭଳି ଔଷଧ ବ୍ୟବହାର କରିବା ଫଳରେ ଚାଷରେ ଲାଗିଥିବା ବିଭିନ୍ନ ଜାତୀୟ ରୋଗରୁ ଚାଷକୁ ରକ୍ଷା କରିପାରିଲେ ନାହିଁ । ଏଣୁ ଉଚିତ ତଦନ୍ତ କରି ବିନା ପଂଌିକୃତ ସାର ଓ କୀଟନାଶକ ଔଷଧ ଦୋକାନଗୁଡିକ ବନ୍ଦକରି ଏଭଳି ଅଶିକ୍ଷିତ ବେପାରୀ ମାନଙ୍କ ପ୍ରତି ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟ କୃଷି ବିଭାଗୀୟ ଅଫିସର ବରଗଡଙ୍କୁ ଜଣାଯାଉଛି ।

Leave A Reply

Your email address will not be published.