ପଦ୍ମପୁର, (ନିରୋଜ କୁମାର ପାଣୀ) : ଇନ୍ଦିରା ଆବାସ ଅପେକ୍ଷାରେ, ବିତିଯିବ ଜୀବନ । ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ଗ୍ରାମପଞ୍ଚାୟତ ବେହେରାବାହାଲି ଗାଁର ଜୟକୁମାରୀ କୁମ୍ଭାର (୫୪) ଜଣେ ଅସହାୟ ବିଧବା ଅଟନ୍ତ । ତାଙ୍କର ଆଗ ପଛରେ କେହି ନଥିବା ସୂଚନା ମିଳିଛି । ସୂଚନା ଅନୁସାରେ ସେ ପଦ୍ମପୁର ବ୍ଳକର ବଗେଇଜୁରୀ ଗ୍ରାମରେ ବିବାହ କରିଥିଲେ । ମାତ୍ର ପାଞ୍ଚ ବର୍ଷର ଘର ସଂସାର କଲାପରେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଗଲା । ଏହାପରେ ଶାଶୁ ଘରେ ନିର୍ଯ୍ୟାତନା ଦେବା ଆରମ୍ଭ କଲେ । ଶେଷରେ ବାଧ୍ୟ ହୋଇ ସେ ବାପ ଘରକୁ ଚାଲି ଆସିଥିଲେ । ଏବେ ଆଉ ତାଙ୍କ ମା’ବାପା ମଧ୍ୟ ନାହାଁନ୍ତି । ସେ ସଂପୂର୍ଣ୍ଣ ରୁପେ ଏକାକି ଓ ବେସାହାରା । ଅନ୍ୟର ଯାଗାରେ କୁଡ଼ିଆଟିଏ କରି ଜୀବନ ବିତାଉଛନ୍ତି । ସରକାରୀ ସହାୟତା କହିଲେ ଭତ୍ତା ୫୦୦ ଓ ମାସକୁ ୫ କିଲୋ ଚାଉଳ । ଇନ୍ଦିରା ଆବାସ ପାଇଁ ସେ ଦୀର୍ଘ ୭ବର୍ଷ ହେଲା ସ୍ଥାନୀୟ ସରପଞ୍ଚ, ୱାର୍ଡ ମେମ୍ବର ଏପରିକି ଗାଇସିଲେଟ ବିଡ଼ିଓଙ୍କ ଦ୍ୱାରସ୍ଥ ମଧ୍ୟ ହେଲେଣି । ତଥାପି ଆଜି ପର୍ଯ୍ୟନ୍ତ ତାଙ୍କୁ ଇନ୍ଦିରା ଆବାସଟିଏ ମିଳିପାରି ନଥିବା ଅଭିଯୋଗ ହୋଇଛି ।