oom

ୱେସକୋ ମିଟରରେ କାମ କରୁଥିବା ବ୍ୟକ୍ତିବିଶେଷ ବେରୋଜଗାରର ଶିକାର

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାରଙ୍କ ନିଷ୍ପଲୟଲ ପାଇଁ ଆଜି ବରଗଡ ଜିଲ୍ଲାର ଅନେକ ୱେସକୋ ମିଟରରେ କାମ କରୁଥିବା ବ୍ୟକ୍ତିବିଶେଷ ବେରୋଜଗାରର ଶିକାର ହୋଇଥିବା ଜଣାପଡିଛି । ବୁର୍ଲା ୱେସକୋ ଜୋନ ଅଧୀନରେ ବରଗଡ ଜିଲ୍ଲାର ପଦ୍ମପୁର ବିଦ୍ୟୁତ ବିଭାଗରେ ମିଟର ରିଡର ଭାବେ ଆଜକୁ ୧୦ ବର୍ଷରୁ ଅଧିକ ହେବ ୱେସକୋର ବିଭିନ୍ନ ଫ୍ରାନ୍ଚାଇଜ ଅଧୀନରେ କାର୍ୟ୍ୟ କରି ଆସୁଥିବା, ଏଭଳିକି ମହାମାରୀ କରୋନା ସମୟରେ ନିଜ ଜୀବନକୁ ବାଜି ଲଗାଇ ବିଦ୍ୟୁତ ବିଲ ଘରକୁ ଘର ଯାଇ ବଣ୍ଟନ କରି ଆସୁଥିବା ଅନେକ ମିଟର ରିଡର ଆଜି ଚାକିରୀରୁ ବଂଚିତ ହୋଇଛନ୍ତି । ଗତ ୩୦.୯.୨୦ରେ ଓଡିଶା ସରକାରଙ୍କ ନିଷ୍ପତ୍ତି କ୍ରମେ ଚଳିତ ମାସଠାରୁ କାର୍ୟ୍ୟରୁ ଅନ୍ତର କରି ଦିଆଯାଇ ମହିଳା ସ୍ୱୟଂସହାୟକ ଗୋଷ୍ଠୀ‌ଙ୍କୁ ଏଇ କ୍ଷେତ୍ରରେ ନିୟୋଜିତ କରାଯାଇଛି । ଯଦ୍ୱାରା ଆଜିକାର ଏଭଳି ମହାମାରୀ ସମୟରେ ମିଟର ରିଡର ମାନଙ୍କ ପାଇଁ କୋରଡା ମାଡ ସଦୃଶ ମନେହୁଏ । ଏଣୁ ରାଜ୍ୟ ସରକାର ମିଟର୍ ରିଡର ମାନଙ୍କ କଥାକୁ ବିଚାରକୁ ନେଇ ଅତିଶୀଘ୍ର ପୁନଃନିଯୁକ୍ତି ପ୍ରଦାନ ଦିଗରେ ଯତ୍ନଶୀଳ ହୋଇ ଅସହାୟ ପରିବାରବର୍ଗଙ୍କୁ ସହାୟ ହେବାକୁ ମିଟର ରିଡର ବସନ୍ତ କୁମାର ପଟେଲ, ପ୍ରକାଶ ଚନ୍ଦ୍ର ସାହୁ, ରମେଶ ଖୁନଚି, ବିଶିକେସନ ରଣା, ରୋସନ ସାହା, ଜୟନ୍ତ କୁମାର ପଣ୍ଡା, ଜିତେନ୍ଦ୍ର ପଣ୍ଡା, ବଂଶୀଧର ପଟେଲ, ଦେବେନ୍ଦ୍ର ମୁଶି, ପ୍ରଶାନ୍ତ କୁମାର ବାଗ, ଆଜାଦ ସାହୁ, ପ୍ରଭାତ ରଂଜନ ହିଆଲ୍ ପ୍ରମୁଖ ସ୍ଥାନୀୟ ପଦ୍ମପୁର ଉପଜିଲ୍ଲାପାଳଙ୍କ ସମେତ ବରଗଡ ଜିଲ୍ଲାପାଳ, ଶକ୍ତି ମନ୍ତ୍ରଳାୟ ଭୂବନେଶ୍ୱର, ଶକ୍ତିମନ୍ତ୍ରୀ ଓଡିଶା ସରକାର, ଶ୍ରମ ମନ୍ତ୍ରୀ ଓଡିଶା ସରକାର, ସଚିବ ଶ୍ରମ ବିଭାଗ ଭୂବନେଶ୍ୱର ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି ।

jittmm
Leave A Reply

Your email address will not be published.