ମନ୍ଥର ଗତିରେ ଚାଲିଛି ବେଲଖଣ୍ଡି-କଅଁସର ବିଜୁ ସେତୁ ଯୋଜନା : ଡଙ୍ଗା ପାଲଟିଛି ସାହା ଭରସା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାରୁ କଲାହାଣ୍ଡି ଜିଲ୍ଲାକୁ ଯିବା ପାଇଁ ଲୋକଙ୍କ ପାଇଁ ଏବେ ଡଙ୍ଗାପାଲଟିଛି ସାହା ଭରସି। ତେବେ ଗତ ୨୦.୦୬.୨୦୧୮ ମସିହାରେ କାର୍ୟ୍ୟ ଆରମ୍ଭ ହୋଇଥିବା ବେଳେ ୨୧.୧୦.୨୦୨୦ ପର୍ୟ୍ୟନ୍ତ ଉକ୍ତ ବିଜୁ ସେତୁ ଯୋଜନା ସଂପୂର୍ଣ୍ଣ ହେବା କଥା। ହେଲେ ସେତୁ ମନ୍ଥର ଗତିରେ ଚାଲୁଥିବା ବେଳେ ଲୋକଙ୍କ ମନରେ ଅସନ୍ତୋଷ ଦେଖାଦେଇଛି । ସୂଚନା ମତେ ବେଲଖଣ୍ଡି ଠାରୁ କଅଁସର ପର୍ୟ୍ୟନ୍ତ ସେତୁ ନିର୍ମାଣ ପାଇଁ ୨୦୧୬.୩୫ ଲକ୍ଷ ଅଟକଳ ପରିମାଣ ରହିଛି । ଉକ୍ତ ସେତୁ ନିର୍ମାଣକୁ ଆରଡି ଇନ୍‌ଫ୍ରାଟେକ ପ୍ରା. ଲିମିଟେଡ କମ୍ପାନୀ କାମ କରୁଛନ୍ତି । ତେବେ ଲୋକଙ୍କ ଗମନାଗମନ ପାଇଁ ଦୀର୍ଘ ଦିନର ଦାବୀକୁ ରାଜ୍ୟ ସରକାର ସଫଳ କରିବା ପାଇଁ ଯାଉଥିବା ବେଳେ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ସରୁନି କାମ । ଫଳରେ ଅଂଚଳବାସୀ ଯିବା ଆସିବା ପାଇଁ ବିପଦ ସଂଙ୍କୁଳ ଅବସ୍ଥାରେ ଡଙ୍ଗାରେ ସ୍କୁଲ, କଲେଜ ଛାତ୍ରଛାତ୍ରୀ ମାନେ ଡଙ୍ଗା ଉପରେ ଭରସା କରୁଛନ୍ତି । ଏପରିକି ବର୍ଷା ଦିନ ଆସିଲେ ଲୋକଙ୍କ ପାଇଁ ଏକ ପ୍ରକାରର ଯାତାୟାତ ଠପ ହୋଇିଯାଇଥାଏ । ଏହି ସମୟରେ କୈାଣସି ଜରୁରୀକାଳିନ କାମରେ ଯିବାକୁ ହେଲେ ଲାକଙ୍କୁ ୩୫ କିଲୋମିଟର ବୁଲିକି ଯିବାକୁ ପଡିଥାଏ । କେବେ ସରିବ ସେତୁ ନିର୍ମାଣ କାମ ? ୨ ବର୍ଷ ପରେ ମଧ୍ୟ ୫୦ ପ୍ରତିଶତ କାମ ସରି ନଥିବା ବେଳେ ଅବଧି ପୂରିକି ଦିନ ବିତିଯାଉଛି। ଅଥଚ କାମ ସରିବାକୁ ନେଇ ବିଲମ୍ବ ଚାଲୁଥିବା ବେଳେ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖାଦେଇଛି । ଅନ୍ୟପଟେ ଶ୍ରମ ମନ୍ତ୍ରୀ ଶୁସାନ୍ତ ସିଂ କହିଛନ୍ତି ଯେ, ବଲାଙ୍ଗିର ଜିଲ୍ଲାରେ ଅନେକ ସେତୁ ବିଲମ୍ବ ଚାଲୁଥିବା ବେଳେ ଖୁବ ଶୀଘ୍ର ଶେଷ ହେବ ବୋଲି ପ୍ରକାଶ କରିଛନ୍ତି । ତେବେ ପ୍ରଶାସନ ଦୃଷ୍ଟିଦେଇ ବିଜୁ ସେତୁ ନିର୍ମାଣକୁ ଶୀଘ୍ର ଶେଷ କରିବା ପାଇଁ ସାଧାରଣରେ ଦାବୀ ହେଉଛି ।

ସଇଁନ୍ତଲା ବ୍ଲକ କଂଗ୍ରେସ ସଭାପତି ଗୁଣ ସାଗର ମାଝୀ କହିଛନ୍ତି ଯେ, ଲୋକଙ୍କ ପାଇଁ ଏହି ତେଲ ନଦୀଟି ସାହା ଭରସା ପାଲଟିଛି। ତେବେ ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ଅନେକ ସେତୁ ବିଲମ୍ବରେ ଚାଲୁଥିବା ବେଳେ ସେ ନିମ୍ନ ମାନର କାମ ମଧ୍ୟ ହେଉଥିବା ଅଭିଯୋଗ କରିଛନ୍ତି ।

ସନ୍ତୋଷ ବେହେରା (ଘୁନସର ବାସିନ୍ଦା) କହିଛନ୍ତି ଯେ, ଏହି ସେତୁ ନିର୍ମାଣ ହେବା ଦ୍ୱାରା ଅଂଚଳବାସୀଙ୍କ ସମସ୍ୟା ଦୂର ହେବ। ତେଣୁ ଦୀର୍ଘ ବର୍ଷର ସମସ୍ୟାକୁ ସରକାର ଦୂର କରିବାକୁ ପଦକ୍ଷେପ ନେଇଥିବା ଯୋଗୁଁ ଧନ୍ୟବାଦ ମଧ୍ୟ ଜଣାଉଛୁ ବୋଲି ସେ କହିଛନ୍ତି ।

ପୃଥୀରାଜ ବକୁଲ (ସ୍ଥାନୀୟ ବାସିନ୍ଦା) କୁହନ୍ତି ଯେ, ଲକଡାଉନ ଯୋଗୁଁ କାମ ନିଲମ୍ବରେ ଚାଲିଛି। କିନ୍ତୁ ଏହି ସେତୁ ହେବା ଫଳରେ ଅଂଚଳବାସୀଙ୍କ ଉନ୍ନତି ହେବେ। ସହ ବେଲଖଣ୍ଡି ଠାରେ ଥିବା ଶିବ ମନ୍ଦିରରେ ଲୋକଙ୍କ ଭିଡ ମଧ୍ୟ ଦେଖିବାକୁ ମିଳିବ ।

ଚନ୍ଦ୍ରକାନ୍ତ ସାହୁ (ଘୁନସର ବାସିନ୍ଦା) କହିଛନ୍ତି ଯେ, ବିଲମ୍ବରେ କାମ ଚାଲୁଛି। କିନ୍ତୁ ଲୋକଙ୍କ ଆଶା ମଧ୍ୟ ପୂରଣ ହେଉଛି । ଅବହେଳିତ ଅବସ୍ଥାରେ ଥିବା ଏହି ଅଂଚଳ ପାଇଁ ସେତୁ ନିର୍ମାଣ ହେଇଛି। ତେବେ ପ୍ରଶାସନ ଦୃଷ୍ଟି ଦେବାର ଆବଶ୍ୟକତା ମଧ୍ୟ ରହିଛି ।

Leave A Reply

Your email address will not be published.