pr

ଅସହାୟଙ୍କ ଶବ ସତ୍କାର କଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ

dr. purohit

ଆଗଲପୁର, (କେପିଏନ୍‌ଏସ୍‌) : ଭରସୂଜା ଗ୍ରାମର ପୂର୍ଣ୍ଣଚନ୍ଦ୍ର ଭୋଇ (୭୦)ଙ୍କ ସ୍ତ୍ରୀ ଜାନକୀ ଭୋଇ(୬୫) ବହୁ ଦିନରୁ ରୋଗରେ ପୀଡିତ ଥିଲେ ଓ ୫ ଦିନ ପୂର୍ବରୁ ଭୀମଭୋଇ ମେଡ଼ିକାଲ କଲେଜ ହସ୍ପିଟାଲ ବଲାଙ୍ଗିରରେ ଭର୍ତି ହୋଇଥିଲେ । ଆଜି ଚିକିତ୍ସିତ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଥିଲା । ତାଙ୍କ ମୃତ ଦେହକୁ ବୃଦ୍ଧ ସ୍ବାମୀ ଘରକୁ ଆଣିବାକୁ ସକ୍ଷମ ନଥିଲେ । ବଲାଙ୍ଗିର ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଖବର ପାଇ ମୃତ ଶରୀରକୁ ଏକ ଆମ୍ବୁଲେନ୍ସ ଯୋଗେ ଭରସୁଜାକୁ ପଠେଇଥିଲେ । ପରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଆଗଲପୁର ଶାଖା ସମ୍ପାଦକ ସଂଯୋଗ କୁମାର ସାହୁ, ସଭାପତି ପ୍ରେମାନନ୍ଦ ପଧାନ, ଉପଦେଷ୍ଟା କରୁଣାକର ପାତ୍ର, ବରିଷ୍ଠ ସଦସ୍ୟ ନାରାୟଣ ସାହୁ, ବୁଦ୍ଧଦେବ ସାହୁ, ପିଣ୍ଟୁ ଯୋଶୀ ଉପସ୍ଥିତ ରହି ବ୍ଲକ୍ ପ୍ରଶାସନକୁ ଅବଗତ କରାଇ ସସମ୍ମାନେ ଶବ ସତ୍କାର କରି ମାନବିକତାର ପରିଚୟ ଦେଇଥିଲେ । ତାଙ୍କ ପୁତୁରା ଯେମନ୍ତ ଭୋଇ ମୁଖଗ୍ନି ଦେଇଥିବା ବେଳେ ସ୍ଥାନୀୟ ସରପଞ୍ଚ ଗଣେଶ ସାହୁ ଓ କିଛି ସହୃଦୟ ଗ୍ରାମବାସୀ ଶବଦାହରେ ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.