jayashree

ଡିସୌଜା ସ୍କୁଲର ବାର୍ଷିକୋତ୍ସବ ‘ୟୁଫୋରିଆ’ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଡିସୌଜା ସ୍କୁଲର ବାର୍ଷିକୋତ୍ସବ ‘ୟୁଫୋରିଆ’ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ଜ୍ୟୋତି ଗୁରୁୱରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଲ୍ୟାଣୀ ମହାବିଦ୍ୟାଳୟର ଅଧ୍ୟାପିକା ଡଃ.ସରିତା ମଲ୍ଲ ମୁଖ୍ୟ ଅତିଥି, ଡା.ଗୋପାଳ ରାୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ନିଷ୍ଠା ଓ ସାଧନାରେ ବ୍ରତୀ ହୋଇ ଭଲମଣିଷ ହେବାପାଇଁ ପରାମର୍ଶ ଦେଇଥିଲେ । ଏହା ସହ ଚରିତ୍ର ଗଠନ, ଶୃଙ୍ଖଳା ଓ ସମୟାନୁବର୍ତ୍ତିତା ଉପରେ ଗୁରୁତ୍ୱାରୋପ କରିଥିଲେ । ସମ୍ମାନିତ ଅତିଥି ଡା.ରାୟ ବିଦ୍ୟାଳୟର ପାଠ୍ୟ ପ୍ରତି ପ୍ରତିବଦ୍ଧତା ଓ ସାମାଜିକ କାର୍ଯ୍ୟକ୍ରମ କୁ ପ୍ରଶଂସା କରି ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି ମତ ରଖିଥିଲେ । ଏହି ଅବସରରେ ନିର୍ଦ୍ଦେଶକ ଆଲେକଜାଣ୍ଡାର ଡିସୌଜା ବିଦ୍ୟାଳୟର ୬୫ବର୍ଷର ଇତିହାସ ଓ ବିଦ୍ୟାଳୟର ସଫଳତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଶ୍ରୀ ଡିସୌଜାଙ୍କୁ ତାଙ୍କର ୫୦ବର୍ଷର ବିଦ୍ୟାଳୟ ଅଭିଜ୍ଞତା ଓ ନିଷ୍ଠାପର ଉଦ୍ୟମ ପାଇଁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲ । ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ପ୍ରାରମ୍ଭରେ ସ୍କୁଲର ପ୍ରତିଷ୍ଠାତା ଜନ୍‌ ଡିସୌଜା ଓ ଆନେ ଡିସୌଜାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅରୁଣ କୁମାର, ସିଟି ଇଂଲିଶ୍‌ ସ୍କୁଲର ଅଧ୍ୟକ୍ଷ ଦେବଜ୍ୟୋତି ରାୟ, ଇରେନ ଆରାହ୍ନା ପ୍ରମୁଖ ଅତିଥି ଭାବେ ଯୋଗଦେଥିବା ବେଳେ ସହ ନିର୍ଦ୍ଦେଶକ ଆନେବେଲା ଡିସୌଜା, ଉପାଧ୍ୟକ୍ଷା ଜୟିତା ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ । ଦୀପକ ଚାଟାର୍ଜୀ ଓ ସର୍ବରୀ ଦାସଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୁସ୍ମିତା ନସ୍କର, ପ୍ରଦୀପ କୌର, ନମିତା ମିଶ୍ର, ମୌସମୀ ଦାସ, ମମତା ବାନାର୍ଜୀ, ତଭରେଜ ଆଲାମ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବହୁ ସଂଖ୍ୟାରେ ଅଭିଭାବକ ଓ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିବାବେଳେ ଶୁଭଶ୍ରୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.