ବଡ଼ଭାଳୁପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବେହେରାମାଲ କ୍ଲଷ୍ଟର ସ୍ଥିତ ବଡ଼ଭାଲୁପାଲି ଉଚ୍ଚପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଜୟ ଶ୍ରୀରାମ ସିକନ୍ଦରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ସହଶିକ୍ଷା ଅଧିକାରୀ ଗଞ୍ଜଲୁ ମିର୍ଧା ମୁଖ୍ୟ ଅତିଥିଭାବେ ଯୋଗଦେଇ ଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍‌ଘାଟନ କରିବା ସହ ମୌଳିକ ଭାଷା ଓ ସଂଖ୍ୟାଜ୍ଞାନର ଉନ୍ନତି ପାଇଁ ଛାତ୍ରଛାତ୍ରୀ, ଅବିଭାବକ ଓ ଶିକ୍ଷକଶିକ୍ଷୟିତ୍ରୀ ସମର୍ପିତ ହେବାକୁ ପ୍ରେରଣା ଦେଇଥିଲେ । ଶିକ୍ଷକ ବିପ୍ରବିର ପାତ୍ର ବାର୍ଷିକ ବିବରଣୀ ପଠନ କରିଥିଲେ । ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ ତଥା ବ୍ୟଙ୍ଗକବି କିଶୋରକୁମାର ସାହୁ ଯୋଗଦେଇ ପରିବାର ଓ ବିଦ୍ୟାଳୟ ହିଁ ସଂସ୍କାରର ପ୍ରୟୋଗଶାଳା ବୋଲି କହିଥିଲେ । ଲିଙ୍ଗମାର୍ଣ୍ଣି ସରପଞ୍ଚ ପ୍ରତିନିଧି ଲଳିତ ପଧାନ, ଏସଏମସି ଅଧ୍ୟକ୍ଷା ନଳିନୀ ବେହେରା, ପଞ୍ଚସଖା ଶିକ୍ଷାସେତୁ ସଭାପତି ଅରବିନ୍ଦ ମଲ୍ଲିକ, ମାୟାବର୍ହା କେଜିବିଭି ପ୍ରଧାନଶିକ୍ଷୟିତ୍ରୀ ମୌନାବତୀ ଜାଲ, ବେହେରାମାଲ ସିଆରସିସି ସୁରେନ୍ଦ୍ର ରଥ, ବାଙ୍କୀପାଲି ସିଆରସିସି ସୁନୀଲକୁମାର ସେଟ, ମାୟାବର୍ହା ସିଆରସିସି ସୌରଭ ସାହୁ, ଗଜବନ୍ଧ ସିଆରସିସି ନରେନ୍ଦ୍ର ପୁରୋହିତ ସମ୍ମାନିତ ଅତିଥିଭାବେ ଯୋଗଦେଇ ମନ ଯୋଗୀ ହୋଇ ପାଠ ପଢି ଉଜ୍ଜ୍ୱଳ ଭବିଷ୍ୟତ ଗଢିବାକୁ ପ୍ରେରଣା ଦେଇଥିଲେ । ଉଦ୍‌ଯାପନୀ ଉତ୍ସବରେ ବ୍ଲକଶିକ୍ଷା ଅଧିକାରୀ ଗଣେଷ କିଷାନ ଯୋଗଦେଇ ବାର୍ଷିକ ଉତ୍ସବ ଏକ ଉନ୍ନତ ବିଦ୍ୟାଳୟର ମୁଖପତ୍ର ବୋଲି କହିଥିଲେ । ଚିନାଜୁରୀ ସିଆରସିସି ରମେଶ ଭୋଇ, ଇଚ୍ଛାପୁର ସିଆରସିସି ସୁଧାଂଶୁ ସାହୁ, ମୁଖ୍ୟମନ୍ତ୍ରୀ ପୁରସ୍କାରପ୍ରାପ୍ତ ଶିକ୍ଷକ ସୁରେଶ ପୂଜାରୀ, ପୂର୍ଵ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ହେମଚନ୍ଦ୍ର ବେହେରା ସମ୍ମାନିତ ଅତିଥିଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନକରିବା ସହ ଉତ୍ସାହିତ କରିଥିଲେ କ୍ଷ ପୁରାତନ ଛାତ୍ରୀ ଭାଗ୍ୟ ଭୋଇ, ସାଧନା ଖୁନ୍ତୁଲା କର୍ମଚାରୀ ପ୍ରମୋଦ ମାଝୀ,ଗୁପ ଘିବେଲା,ବିମଳା ମହାକୁର,ବଡ଼ ଭାଲୁପାଲି ଗ୍ରାମବାସୀ, ସ୍କାଉଟ ଗାଇଡ଼ ଓ ରେଡ଼କ୍ରସ ଛାତ୍ରଛାତ୍ରୀ ସହଯୋଗ କରିଥିଲେ । ଛାତ୍ରୀମାନେ ସ୍ୱାଗତ ସଂଗୀତ ଗାଇବା ସହ ଅତିଥିଙ୍କୁ ଫୁଲତୋଡ଼ା ଓ ଉପଢୌକନ ଦେଇ ସ୍ୱାଗତ କରିଥିଲେ । ବରିଷ୍ଠ ଶିକ୍ଷକ ଚଉବର୍ଗ ପଧାନ ସଭା ପରିଚାଳନା କରିଥିବାବେଳେ ଶିକ୍ଷୟିତ୍ରୀ ମଧୁମିତା ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାୟ ୨୫୦ ଜଣ ଛାତ୍ରଛାତ୍ରୀ ଓ ଅବିଭାବକ ଭାଗ ନେଇଥିଲେ । ଶିକ୍ଷକ ପ୍ରକାଶଚନ୍ଦ୍ର ସାହୁଙ୍କ ମାର୍ଗଦର୍ଶନରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ମୋହିଥିଲା ।

Leave A Reply

Your email address will not be published.