ୟୁଥ୍ ହଷ୍ଟେଲର ୪୬ତମ ବାର୍ଷିକୋତ୍ସବ ସମ୍ପନ୍ନ

  • ଏକ ସୁସ୍ଥ ସୁନ୍ଦର ସବୁଜ ରାଉରକେଲା ପାଇଁ ଆହ୍ୱାନ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱାମୀ ବିବେକାନନ୍ଦଙ୍କ ୧୬୨ତମ ଜୟନ୍ତୀ ଅବସରରେ ୟୁଥ୍ ହଷ୍ଟେଲ ଅଫ୍ ଇଣ୍ଡିଆ ରାଉରକେଲାର ୪୬ତମ ବାର୍ଷିକ ଉତ୍ସବ ତଥା ଏହି ଅନୁଷ୍ଠାନର ସର୍ବଭାରତୀୟ ସ୍ତରରେ ୭୫ତମ ବାର୍ଷିକୋତ୍ସବ ସ୍ଥାନୀୟ ସିଭିକ ସେଣ୍ଟର୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ପ୍ରତାପ କୁମାର ସ୍ୱାଇଁଙ୍କ ସଭାପତିତ୍ୱ, ସାଧାରଣ ସମ୍ପାଦକ ନିରଞ୍ଜନ ବେହେରାଙ୍କ ଆବାହକତ୍ଵ ତଥା ଅନିଲ ମଲ୍ଲିକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏନ୍ଆଇଟିର ନିର୍ଦ୍ଦେଶକ ପ୍ରଫେସର କେ. ଉମା ମହେଶ୍ୱର ରାଓ ମୁଖ୍ୟ ଅତିଥି, ଆର୍‌ଏସ୍‌ପିର ପ୍ରୋଜେକ୍ଟ ନିର୍ବାହୀ ନିର୍ଦ୍ଦେଶକ ସୁଦୀପ ପାଲ ଚୌଧୁରୀ, ଅନୁଷ୍ଠାନର ରାଜ୍ୟ ଅଧ୍ୟକ୍ଷ ପଦ୍ମନାଭ ଡାଭେ, ରାଉରକେଲା ୟୁନିଟ୍‌ର ଅଧ୍ୟକ୍ଷ ବୁଦ୍ଧଦେବ ବାସୁ, ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ମୁଖ୍ୟଅତିଥି ପ୍ରଫେସର ଶ୍ରୀ ରାଓ କହିଲେ ଯେ ପ୍ରଦୂଷଣ ରୋକିବା ସହ ଏକ ସୁସ୍ଥ ସୁନ୍ଦର ସବୁଜ ରାଉରକେଲା ଗଠନ ପାଇଁ ଯୁବ ସମାଜ ଆଗେଇ ଆସିବା ଉଚିିତ । ଯେହେତୁ ୟୁଥ୍ ହଷ୍ଟେଲ ଯୁବ ସମାଜ ପାଇଁ ପ୍ରେରଣାର ଉତ୍ସ ପାଲଟିଛି ସେଥିପାଇଁ ଆବଶ୍ୟକ ହେଲେ ୟୁଥ୍ ହଷ୍ଟେଲର ଯୁବ ସଦସ୍ୟ ମାନେ ଏକ ସଚେତନତା ରାଲି କରିବା ଆବଶ୍ୟକ ବୋଲି ମତ ରଖିଥିଲେ । ଅନ୍ୟ ଅତିଥିଗଣ ଅନୁଷ୍ଠାନର କର୍ମ ପ୍ରତିବଦ୍ଧତା, କାର୍ଯ୍ୟକ୍ରମ, ସମାଜସେବା ଅନ୍ୟମାନଙ୍କ ପାଇଁ ଉଦାହରଣ ଓ ପ୍ରେରଣାଦାୟୀ ବୋଲି ମତ ରଖିଥିଲେ । ଏହି ଅବସରରେ ଆଇନଜୀବୀ ପାଠ୍ୟକ୍ରମରେ ସର୍ବ ଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ସୁଶ୍ରୀ ଅରୁଣିମା ଠାକୁର, ବୟସ୍କା ଦୌଡ଼ ପ୍ରତିଯୋଗୀ ଉର୍ମିଳା ଦାସ ଓ ରକ୍ତଦାତା ନରେନ୍ଦ୍ର ସିଂ କଲ୍ଲାଙ୍କୁ ସ୍ଵତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ପ୍ରାରମ୍ଭରେ ସଭାପତି ଶ୍ରୀ ସ୍ୱାଇଁ ସ୍ୱାଗତ ଭାଷଣ, ସାଧାରଣ ସମ୍ପାଦକ ଶ୍ରୀ ବେହେରା ସମ୍ପାଦକୀୟ ବିବରଣୀ ଓ ୟୁନିଟ୍ ଅଧ୍ୟକ୍ଷ ଶ୍ରୀ ବାସୁ ଅନୁଷ୍ଠାନର ଆଭିମୁଖ୍ୟ ଓ ଶେଷରେ ଉପସଭାପତି ଅମିତାଭ ଠାକୁର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ସ୍ମରଣିକାକୁ ଅତିଥି ମାନେ ଉନ୍ମୋଚନ କରିଥିଲେ । ସେହିପରି ଗଣେଶ ବନ୍ଦନା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଅନୁଷ୍ଠାନର ପ୍ରାକ୍ତନ ସଭାପତି ଭାରତ ଭୁଷଣ ମହାନ୍ତି, ଇଂ ବିମଳ କୁମାର ବିଶି, କାର୍ଯ୍ୟକାରୀ ସମ୍ପାଦକ ସରୋଜ କୁମାର ପଟ୍ଟନାୟକ, ନୀଳମଣି ମହାପାତ୍ର, ଦେବାଶିଷ ମହାନ୍ତି, ମଣ୍ଟୁ ସା, ଏସ୍‌.ଏନ୍. ଲେଙ୍କା, ପି ସି ମିଶ୍ର, ସମରକାନ୍ତ ମଲ୍ଲିକ, ଉପେନ୍ଦ୍ର ସ୍ୱାଇଁ, ପ୍ରଦୀପ ମହାନ୍ତି, କାପ୍ରା ହାଁସଦା, କାମିନୀ ମହନ୍ତ, ଶ୍ରଦ୍ଧାଶ୍ରୀ ପଟ୍ଟନାୟକ, ସୁପ୍ରିୟା ସମାସୀ, ଲୁସି ଦାଶ, ଇନ୍ଦିରା ପଟ୍ଟନାୟକ, ସୁଲୋଚନା ମିଶ୍ର, ମୀନାକ୍ଷୀ ପାଢ଼ୀ, ମୋନାଲିସା ଗୌଡ, କୃଷ୍ଣଚନ୍ଦ୍ର ପାଢୀ, ସମୀର ପଟ୍ଟନାୟକ, ସଲିମ ସାହୁ, ବିଜୟ ପଣ୍ଡା,ସୁରେଶ ଦାସ, ରଞ୍ଜନ ବାରିକ, ଅଜିତା ନାୟକ, ଅର୍ଚ୍ଚନା ସାହୁ, କବିତା ବିଶୋଇ, ଗାୟତ୍ରୀ ମହାନ୍ତି, ସରୋଜିନୀ ବିଶ୍ୱାଳ, ଶାନ୍ତି ସିଂ, ପୁଷ୍ପାଞ୍ଜଳୀ ମିଶ୍ର, ମନିଷା ଲେଙ୍କା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.