ଦେଓଗାଁ ବ୍ଲକରେ ପ୍ରବଳ ବର୍ଷା

  • ଭାଙ୍ଗିଲା ଘର, ପର ଘରେ ଆଶ୍ରୟ ନେଉଛନ୍ତି ପରିବାର

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାରେ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ଅନେକ ଗାଁ ପାଣି ଘେରରେ ରହିଥିବା ବେଳେ ନଦୀଗୁଡ଼ିକ ଫୁଲିବାରେ ଲାଗିଛି । ଦେଓଗାଁ ବ୍ଲକର ବିଭିନ୍ନ ଗାଁରେ ବର୍ଷା ଯୋଗୁଁ ଘର ଭାଙ୍ଗିବାର ଚିତ୍ର ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି । କୁତୁର୍ଲା ପଞ୍ଚାୟତର ସାରବାହଲ ଗାଁର ଜିତେଶ ରଣା, ନନ୍ଦ ମହାକୁରଙ୍କ ଘର ମଙ୍ଗଳବାର ଦିନ ହୋଇଥିବା ବର୍ଷାରେ ଭାଙ୍ଗିଯିବାରୁ ପର ଘରେ ଆଶ୍ରୟ ନେଇଥିବା ଜଣାପଡ଼ିଛି । ସେହିପରି ଗାଈବାହାଲ ପଞ୍ଚାୟତର ଘୁଚିପାଲି ଗାଁର ବିକଳ ମାଝୀ, ସୁରେନ୍ଦ୍ର ମାଝୀ ଓ ସୁକାନ୍ତି ମାଝୀଙ୍କ ଘର ଭାଙ୍ଗିଯାଇଛି । ରାମଚନ୍ଦ୍ରପୁର, ଡୁମେରପିଟା ପଞ୍ଚାୟତର ବିଭିନ୍ନ ଗାଁର ୯ଜଣ ଲୋକଙ୍କ ଘର ବର୍ଷାରେ ଭାଙ୍ଗିଥିବା ସୂଚନା ମିଳିଛି । ଏଣୁ ବର୍ଷାରେ କ୍ଷତିଗ୍ରସ୍ତ ଲୋକଙ୍କୁ ପ୍ରଶାସନ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.