ls

କେରମେଲି ଗ୍ରାମ ପଞ୍ଚାୟତରେ ଭତ୍ତା ବଣ୍ଟନ

sb

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଅନ୍ତର୍ଗତ କେରମେଲି ଗ୍ରାମ ପଞ୍ଚାୟତର ସରପଞ୍ଚ ସ୍ଵର୍ଣ୍ଣଚମ୍ପା ସୁନାଙ୍କ ତତ୍ତ୍ଵାବଧାନରେ ଆଜି ୨୯ ଜଣ ବୃଦ୍ଧବୃଦ୍ଧା ଓ ବିକଳାଙ୍ଗମାନଙ୍କୁ ଭତ୍ତା ବଣ୍ଟନ କରାଯାଇଛି । ଉକ୍ତ କାର୍ୟ୍ୟକ୍ରମ କେରମେଲି କାର୍ୟ୍ୟ ନିର୍ବାହ ଅଧିକାରୀ ରୁଦ୍ରଧର ବାଗ, ଜିଓଟେଗ ମମତା ବିଶି, ଯୋଗାଣ ସହାୟକ ଜତିନ୍ଦ୍ର ଦାଶ ଓ ସରପଞ୍ଚଙ୍କ ନୋମିନି ନକୁଳ ମହାନନ୍ଦ ଉପସ୍ଥିତ ଥିଲେ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଓ ସରକାରଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ସାମାଜିକ ଦୂରତା ଅବଳମ୍ବନ କରି ସମସ୍ତ ହିତାଧିକାରୀମାନଙ୍କୁ ଭତ୍ତା ବଣ୍ଟନ କରାଯାଇଛି । ଉକ୍ତ ଭତ୍ତା ବଣ୍ଟନରେ ୨୯ ଜଣ ହିତାଧିକାରୀମାନଙ୍କୁ ଭତ୍ତା ବଣ୍ଟନ କରାଯାଇଥିବାରୁ ସରପଞ୍ଚ ଏବଂ କାର୍ୟ୍ୟ ନିର୍ବାହ ଅଧିକାରୀଙ୍କୁ ଅଞ୍ଚଳବାସୀ ଧନ୍ୟବାଦ ଅର୍ପଣ କରିଥିଲେ ।

pc pk
Leave A Reply

Your email address will not be published.