jayashree

ସୋହେଲା କୃଷି ବିଭାଗ ଦ୍ଵାରା ୧୦ଟି ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ସିଡ୍‌ ମନି ବଣ୍ଟନ

ସୋହେଲା/ବରଗଡ଼, (ହେମନ୍ତ ସାହୁ) : ସଂପ୍ରତି ବରଗଡ଼ ଜିଲ୍ଲା ସୋହେଲା ବ୍ଲକ୍‌ର କୃଷି କାର୍ଯ୍ୟାଳୟ ଠାରେ କୃଷି ଓ ଆନୁସାଙ୍ଗିକ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ଯୋଗ୍ୟ ୧୦ ଗୋଟି ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କୁ ଯଥା ମାଁ ଗାୟତ୍ରୀ ଏସ୍‌. ଏଚ୍‌. ଜି ବାଇପାଲି, ମାଁ ଦୁର୍ଗା ଏସ୍‌. ଏଚ୍‌. ଜି. ସିରିଗି, ଜୟ ମାତା ଦି ଏସ୍. ଏଚ୍. ଜି. ସାଧୁପାଲି, ମାଁ ଚନ୍ଦ୍ରାସେନି ଏସ୍ .ଏଚ୍. ଜି, ଚକବାହାଲ, ସୁବର୍ଣ୍ଣରେଖା ଏସ୍. ଏଚ୍. ଜି. ସାହାଜବାହାଲ, ସରସ୍ଵତୀ ଏସ୍. ଏଚ୍. ଜି. ଗର୍ଭଣା, ମାଁ ତୁଳସୀ ଏସ୍‌. ଏଚ୍. ଜି. ଭାତବିଡ଼ା, ମାଁ ଲକ୍ଷ୍ମୀ ଏସ୍.ଏଚ୍. ଜି. ରେଙ୍ଗାଳି, ମାଁ ସମଲେଶ୍ୱରୀ ଏସ୍. ଏଚ୍. ଜି. ରେଙ୍ଗାଳି, ବଜରଙ୍ଗବଳି ଏସ୍. ଏଚ୍. ଜି. ବ୍ରାହ୍ମଣୀଡ଼ିହି ସ୍ଵଂୟ ସହାୟକ ଗୋଷ୍ଠୀ ମାନଙ୍କୁ ସୋହେଲା କୃଷିବିଭାଗ (ଆତ୍ମା) ତରଫରୁ ଟ. ୧୦,୦୦୦ ଙ୍କା (ଦଶହଜାର) ଲେଖାଏଁ ସିଡ୍ ମନି ବାବଦକୁ ବଣ୍ଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସୋହେଲାର ବ୍ଲକ କୃଷି ଅଧିକାରୀ ନିତାଞ୍ଜଳି ବିଶି, ତହସିଲଦାର ଶୁଭରଞ୍ଜନ ନାୟକ, ବି. ଏଫ୍. ଏ. ସି. ଚ୍ୟାରମେନ୍ ନିଲାଞ୍ଚଳ ନାୟକ, ବି. ଭି. ଓ ଡ. ସଂଜୀବ କୁମାର ପାତ୍ର, ବ୍ଲକ୍‌ ସହକାରୀ କୃଷି ଅଧିକାରୀ ଅଭିଷେକ ଅଗ୍ରୱାଲ ଓ ଆଦର୍ଶ କୁମାର ସାହୁ ଉପସ୍ଥିତ ଥିଲେ । ଏହା ସ୍ଵଂୟ ସହାୟକ ସଦସ୍ୟମାନଙ୍କର କ୍ରେଡିଟ୍ ଏବଂ ବିନିଯୋଗ ମୂଲ୍ୟବୋଧ ପ୍ରଦର୍ଶନ କରିବାରେ ସାହାର୍ଯ୍ୟ କରିବ ଏବଂ ସେମାନଙ୍କର ଗ୍ରୁପ୍ କର୍ପସ୍ ବୃଦ୍ଧି କରି ବ୍ୟାଙ୍କ ଲିଙ୍କେଜ୍ ପାଇବାରେ ସାହାର୍ଯ୍ୟ କରିବ ।

Leave A Reply

Your email address will not be published.