oum

ଅଭିମନ୍ୟୁ ସାହୁଙ୍କ ପୁଣ୍ୟ ତିଥିରେ କମ୍ବଳ ବଣ୍ଟନ

jsm

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡ ମାଟିର ଜଣେ ବୀର ପୁତ୍ର ଅଭିମନ୍ୟୁ ସାହୁଙ୍କ ସପ୍ତମ ପୁଣ୍ୟ ତିଥି । ଆଜିର ଦିନରେ ଡିସେମ୍ବର ୧୫ ତାରିଖ ୨୦୧୩ ରେ ସ୍ୱର୍ଗତଃ ଅଭିମନ୍ୟୁ ସାହୁଙ୍କ ହତ୍ୟା ହୋଇଥିଲା । ତାଙ୍କ ହତ୍ୟାରେ ପୂରା ଟିଟିଲାଗଡ ସ୍ଥବ୍ଧ ହୋଇଯାଇଥିଲା । ଆଜିର ଏହି ପୁଣ୍ୟ ତିଥିରେ ଟିଟିଲାଗଡ ବିଧାୟିକା ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ହନୁମାନ ଜିମ୍‌ ପାଖରେ ଥିବା ନିଜ ସ୍ବାମୀ ସ୍ୱର୍ଗତଃ ଅଭିମନ୍ୟୁ ସାହୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିବା ବେଳେ ତାଙ୍କ ସ୍ମୃତିରେ ଟିଟିଲାଗଡର ଅନେକ ଜନସାଧାରଣ କ୍ୟାଣ୍ଡଲ ଜଲାଇ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଅଭି ପରିବାର ତରଫରୁ ଟିଟିଲାଗଡ ଓ ସଇଁତଲାର କୁଷ୍ଠ ରୋଗୀ ମାନଙ୍କୁ କମ୍ବଳ ବଣ୍ଟନ କରାଗଲା । ଅଭି ପରିବାର ଟିକ୍ରାପଡ଼ା ସ୍ଥିତ ଅନାଥ ଆଶ୍ରମରେ କମ୍ବଳ ବଣ୍ଟନ କରିଥିଲେ । ଗୋପବନ୍ଧୁ ଯୁବକ ସଂଘ ତରଫରୁ ମହାରାଜା ସାଗର ନିକଟସ୍ଥ ଗୋପବନ୍ଧୁ ପାର୍କରେ ସ୍ୱର୍ଗତଃ ସାହୁଙ୍କ ଫଟୋରେ ମାଲ୍ୟାର୍ପଣ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Leave A Reply

Your email address will not be published.