om academy

ଆଜି ବାଙ୍ଗାଲୋର ସହ ଲଢିବ ହାଇଦ୍ରାବାଦ : ଟସ୍ ଜିତି ହାଇଦ୍ରାବାଦର ଫିଲ୍ଡିଙ୍ଗ ନିଷ୍ପତ୍ତି

jsm

ଚେନ୍ନାଇ : ଆଇପିଏଲ୍‌ରେ ବୁଧବାର ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ (ଆର୍‌ସିବି) ସହିତ ମୁକାବିଲା କରିବ ସନ୍‌ରାଇଜର୍ସ ହାଇଦ୍ରାବାଦ (ଏସ୍‌ଆରଏଚ୍‌) । ପ୍ରଥମ ମ୍ୟାଚ୍‌ରେ ରୋହିତ ଶର୍ମାଙ୍କ ବିଜେତା ଦଳକୁ ହରାଇ ଅଭିଯାନ ଆରମ୍ଭ କରିଥିବା ବିରାଟ କୋହଲିଙ୍କ ଦଳ ଲଗାତାର ବିଜୟ ହାସଲ କରିବା ଲକ୍ଷ୍ୟରେ ରହିଛି । ଅନ୍ୟପକ୍ଷରେ ଲଢ଼ୁଆ ପ୍ରଦର୍ଶନ କରିବା ସତ୍ତ୍ବେ ଡେଭିଡ୍‌ ୱାର୍ନରଙ୍କ ସନ୍‌ରାଇଜର୍ସ ହାଇଦ୍ରାବାଦ ନିଜ ପ୍ରଥମ ମ୍ୟାଚ୍‌ରେ କୋଲକାତା ନାଇଟ୍ ରାଇଡର୍ସ ନିକଟରୁ ହାରିଯାଇଥିବାରୁ ବୁଧବାର ପ୍ରଥମ ବିଜୟ ଲକ୍ଷ୍ୟରେ ରହିବ । ସମାନ ପଡ଼ିଆରେ ଆର୍‌ସିବି ଏବଂ ଏସ୍‌ଆରଏଚ୍‌ ଭିନ୍ନ ଭିନ୍ନ ଫଳ ପାଇଥିଲେ । ଏହି ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଏହି ଦୁଇ ଦଳ ମଧ୍ୟରେ ଏପର୍ୟ୍ୟନ୍ତ ୧୭ଟି ଆଇପିଏଲ ମ୍ୟାଚ ଖେଳାଯାଇଛି । ସେଥିରୁ ହାଇଦ୍ରାବାଦ ୧୦ଟି ଓ ବାଙ୍ଗାଲୋର ୭ଟିରେ ବିଜୟ ହାସଲ କରିଛି । ଫଳରେ ଆଇପିଏଲର ରେକର୍ଡ ହାଇଦ୍ରାବାଦ ସପକ୍ଷରେ ରହିଛି ।

Leave A Reply

Your email address will not be published.