om academy

ପାନୀୟ ଜଳ ପାଇଁ ହାହାକାର : ୧୨ ଘଂଟିଆ ବନ୍ଦ ଡାକରା ଦେଲା ଟିଟିଲାଗଡ ଭାରତୀୟ ଜନତା ପାର୍ଟି ଯୁବା ମୋର୍ଚ୍ଚା

jsm

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ଼ ସହରରେ ଏବେ ପାନୀୟ ଜଳ ଯୋଗାଣକୁ ନେଇ ତେଜୁଛି ଅସନ୍ତୋଷ । ଅଧିକାଂଶ ୱାର୍ଡରେ ଉତ୍କଟ ରୂପ ନେଉଛି ପାନୀୟ ଜଳ । କେଉଁଠି ସାତ ଦିନକୁ ଥରେ ତ’ କେଉଁଠି ଦଶ ଦିନରେ ଥରେ ପାଇପ୍‌ ଯୋଗେ ଆସୁଛି ପାଣି । ଯାହାକୁ ନେଇ ବଢ଼ିବାରେ ଲାଗିଛି ସହରରେ ଅସନ୍ତୋଷ । ପାଇପ୍‌ ଭାଙ୍ଗି ପାଣି ନାଳରେ ଗଡୁଛି । କେଉଁଠି ପାଇପ୍‌ ଫାଟି ଆଁ କରିଛି ତ’ ଆଉ କେଉଁଠି ପାଇପ୍‌ ହିଁ ନାହିଁ । କେତେକ ଷ୍ଟାଣ୍ଡ ପୋଷ୍ଟରେ ଚାବି ବି ନାହିଁ । ମାନେ ମୁକୁଳା ରହିଛି ଷ୍ଟାଣ୍ଡ ପୋଷ୍ଟ । ଆଉ ସିନଟେକ୍ସର କଥା ନକହିବା ଭଲ । କେବଳ ନାମକୁ ମାତ୍ର ରହିଛି ସିନଟେକ୍ସ । ଆଉ ଭଙ୍ଗା ଦଦରା ପାଇପ ପାଖରେ ଲାଗୁଛି ମହିଳାଙ୍କ ଭିଡ଼। ବାଲ୍ଟି, ଡବା, ଗରିଆ, ଗଂଜ ଆଦି । ହେଲେ ପାଣିର ଦେଖା ନାହିଁ। ଟୋପାଏ ପାଣି ବି ଝରୁ ନାହିଁ । ପଡ଼ବାସୀଙ୍କ ଅଭିଯୋଗ ଯେ ସାତ ଦିନରେ ଥରେ, ଦଶ ଦିନରେ ଥରେ ପାଣି ଆସିଥାଏ । ତାହା ପୁଣି ସମୁଦ୍ରକୁ ଶଙ୍ଖେ ଭଳି । ଅନ୍ୟପଟେ ପୌରପରିଷଦ ଓ ଜନ ସ୍ବାସ୍ଥ୍ୟ ବିଭାଗ ୨୫ଟି ପାଣି ଟାଙ୍କି ଓ ୧୫ଟି ୱାର୍ଡରେ ୧୪୦ରୁ ଅଧିକ ସିନଟେକ୍ସ ମାଧ୍ୟମରେ ପାଣି ଯୋଗାଇ ଦିଆଯାଉଥିବା କହିଛି । ପାଣିର ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆଜି ଟିଟିଲାଗଡ ସହରବାସୀକୁ ୧୨ ଘଣ୍ଟା ପାଇଁ ବନ୍ଦ ଆୱାନ କରିଛି ଆଜି ଟିଟିଲାଗଡର ଭାଜପା ଯୁବା ମୋର୍ଚ୍ଚା । ଏଥିରେ ଟିଟିଲାଗଡର ସମସ୍ତ ଦୋକାନ, ବଜାର ବନ୍ଦ ଥିବା ବେଳେ ଯୁବା ମୋର୍ଚ୍ଚାର ସଦସ୍ୟ ମାନେ ପିକେଟିଂ କରି ଉଠା ଦୋକାନୀ ମାନଙ୍କୁ ଓ ସରକାରୀ କାର୍ୟ୍ୟାଳୟ ଗୁଡ଼ିକୁ ବନ୍ଦ କରିଛନ୍ତି । ଆଗାମୀ ଦିନରେ ଟିଟିଲାଗଡର ମୁଖ୍ୟ ସମସ୍ୟା ପାନୀୟ ଜଳ ସମସ୍ୟାର ସମାଧାନ ନ ହେଲେ ଆନ୍ଦୋଳନ ତୀବ୍ରତର ହେବା ସହ ଭୟଙ୍କର ରୂପ ନେଇପାରେ ବୋଲି ଆନ୍ଦୋଳନର ଆବାହକ ନରସିଂହ ସିଂ କହିଛନ୍ତି ।

Leave A Reply

Your email address will not be published.