ppurohit

ଗଞ୍ଜାମ ମହାବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

2nd

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ମହାବିଦ୍ୟାଳୟରେ ଗତକାଲି ଅପରାହ୍ନରେ ସ୍ଥାନୀୟ ଗ୍ରାସୀମ ଶିଳ୍ପ ଅନୁଷ୍ଠାନର ସହଯୋଗରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ପ୍ରବୀଣ କୁମାର ନନ୍ଦ ଯୋଗଦେଇ ଔଷଧୀୟ ଚାରା ରୋପଣ ପୂର୍ବକ ମହୋତ୍ସବର ଶୁଭ ଉଦଘାଟନ କରିବା ସହ ମହୋତ୍ସବର ଲକ୍ଷ, ଉଦ୍ଦେଶ୍ୟ ସମ୍ପର୍କରେ ବିଶଦ ଭାବରେ ବୁଝାଇଥିଲେ । ରାଜନୀତି ବିଭାଗର ପ୍ରାଧ୍ୟାପକ ଅମର ପ୍ରସାଦ ବିଶୋଇଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ଆଧ୍ୟାପକ ଲକ୍ଷ୍ମୀ ନାରାୟଣ ପଣ୍ଡା, ଡ଼. ପୁରୁଷୋତ୍ତମ ସାହୁ, ଆଇକ୍ୟୁଏସସି, ସଂଯୋଜିକା ଡ଼. ସ୍ମରଣୀକା ହୋତା, ଏନଏସଏସ ସଂଯୋଜକ ଡ଼. ଦୁର୍ଯ୍ୟାଧନ ସାହୁ, ପ୍ରାଧ୍ୟାପିକା ଡ଼. ଜ୍ୟୋସ୍ନାରାଣୀ ପଣ୍ଡା, ଅଧ୍ୟାପିକା ମମତା ପାଢ଼ୀ, ପ୍ରଭାତୀ ତ୍ରିପାଠୀ, ଅନିତା ପାଣିଗ୍ରାହୀ, ଡ଼. ପିତାମ୍ବର ବେହେରା, ଡ଼. ସୁଶାନ୍ତ ସେଠୀ, ରଘୁନାଥ ରେଡ୍ଡୀ, ପ୍ରବୀର କୁମାର ପାଢୀ ପ୍ରମୁଖ ଅଧ୍ୟାପକ, ଅଧ୍ୟାପିକାଙ୍କ ସମେତ ମହାବିଦ୍ୟାଳୟର କର୍ମଚାରୀବୃନ୍ଦ ଉପସ୍ଥିତ ଥିଲେ ।

Leave A Reply

Your email address will not be published.