୭୨ତମ ବନ ମହୋତ୍ସବ ଓ ଚାରା ବିତରଣ କେନ୍ଦ୍ର ଉଦ୍‌ଘାଟିତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ୭୨ତମ ବନ ମହୋତ୍ସବ ପାଳନ କରାଯାଉଥିବା ବେଳେ କନ୍ଧମାଳ ଜିଲ୍ଲାର ବାଲିଗୁଡା ବନଖଣ୍ଡ ପକ୍ଷରୁ ମଧ୍ୟ ବନ ମହୋତ୍ସବ ଓ ଚାରା ବିତରଣ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି । ବାଲିଗୁଡ଼ା ଡିଏଫଓ ବିଶ୍ୱନାଥ ନୀଳନବର ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିବା ବେଳେ ସ୍ଥାନୀୟ ମେଗା ନର୍ସରୀ ପରିସରରେ ବିଭିନ୍ନ କିସମର ଔଷଧୀୟ ଓ ଫଳଗଛ ଚାରାରୋପଣ କରାଯାଇଥିଲା । ଏହା ସହ ବୁଡ଼ାଗୁଡ଼ା ଛକ ନିକଟରେ ଏକ ଚାରା ବିତରଣ କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅଗ୍ନିଶମ ବିଭାଗର କେନ୍ଦ୍ର ଅଧିକାରୀ ସୂର୍ଯ୍ୟନାରାୟଣ ଭୋଇ, ରେଞ୍ଜର ଉଦିତ କୁମାର ପ୍ରଧାନ, ଫରେଷ୍ଟର ମାନସ କୁମାର ସାହୁ, ଗାର୍ଡ ସତ୍ୟନାରାୟଣ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଏହି ଚାରା ବିତରଣ କେନ୍ଦ୍ରରେ ବିଭିନ୍ନ କିସମର ଔଷଧୀୟ ଓ ଫଳନ୍ତି ବୃକ୍ଷ ରହୁଥିବା ବେଳେ ଏହାର ମୂଲ୍ୟ ୧ ଟଙ୍କା ରଖାଯାଇଥିବା ଫରେଷ୍ଟର ମାନସ କୁମାର ସାହୁ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.