shyamal

କନ୍ଧକେଲଗାଁ ସେକ୍ସନରେ ଅବାଧରେ ବନ୍ୟଜନ୍ତୁ ଶୀକାର : ୧୫ ଦିନ ପରେ ମଧ୍ୟ ବନବିଭାଗ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ରେଞ୍ଜ ଅଧିନସ୍ଥ କନ୍ଧକେଲଗାଁ ସେକ୍ସନରେ ବନପାଲ ଓ ବନ୍ୟଜନ୍ତୁ ଶିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଜଙ୍ଗଲରେ ଅବାଧରେ ବନ୍ୟଜନ୍ତୁ ଶିକାର ହେଉଛି । ଘଟଣାର ୧୫ ଦିନ ବିତିଯାଇଥିଲେ ସୁଦ୍ଧା ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସଇଁତଲା ରେଞ୍ଜ ବିଫଳତା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଯାହାଫଳରେ ବନବିଭାଗର ଅପାରଗତା ଯୋଗୁଁ ଦିନକୁ ଦିନ ଜଙ୍ଗଲର ବନ୍ୟଜନ୍ତୁମାନେ ଲୋପ ପାଉଛନ୍ତି । ପ୍ରକାଶ ଯେ, ଚଳିତ ମାସ ୧ ତାରିଖ ଦିନ କନ୍ଧକେଲଗାଁ ସେକ୍ସନ ଏରିଆରେ ବନ୍ୟଜନ୍ତୁ ଶିକାର ପାଇଁ ଶିକାରୀମାନେ ଜଙ୍ଗଲକୁ ପଶିଥିବା ନେଇ ବନବିଭାଗ ଖବର ପାଇଁ ଚଢ଼ାଉ କରିଥିଲା । ଏଥିରେ ମୃତ ବରାହ, ଗୋଧି (ଗୁଏ), ଗୁଞ୍ଛାମୂଷା ୨ ଗୋଟି, ୧୧ଟି ବାଇକ୍‌, ୨ଟି ସାଇକେଲକୁ ଜବତ କରି ବନବିଭାଗ ସଇଁତଲା ରେଞ୍ଜକୁ ଆଣିଥିବା ବେଳେ ଶିକାରୀମାନେ ଘଟଣାସ୍ଥଳରୁ ଚମ୍ପଟମାରି ଥିଲେ । ଏଥିରେ ବନବିଭାଗ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ମୃତ ବରାହ ଅନ୍ୟ ବନ୍ୟଜନ୍ତୁମାନଙ୍କ ଶବ ବ୍ୟବଚ୍ଛେଦ କରି ଚୁପ୍‌ ହୋଇ ବସିଛି । କିନ୍ତୁ ଘଟଣାର ୧୫ ଦିନ ବିତି ଯାଇଥିଲେ ସୁଦ୍ଧା ବନବିଭାଗର ନିଷ୍କ୍ରିୟତା ଯୋଗୁଁ ଶିକାରୀମାନେ ବେଧଡ଼କ ବୁଲୁଥିବା ଅଭିଯୋଗ ହେଉଛି । ସେହିପରି ଗତ ୩ ତାରିଖ ଦିନ ମୂଲ୍ୟବାନ ପଟା ନେଇ ଯାଉଥିବା ଏକ ପିକ୍‌ଅପ୍‌ ଭ୍ୟାନ୍‌ ଗାଡିକୁ ମଧ୍ୟ ବନବିଭାଗ ଧରିବାରେ ସଫଳ ହୋଇଥିଲେ । ଜବତ ପଟା ହାରାହାରି ମୂଲ୍ୟ ୭୦/୮୦ ହଜାର ହେବ ବୋଲି ଅନୁମାନ କରାଯାଉଛି । କିନ୍ତୁ ଅଭିଯୁକ୍ତମାନଙ୍କୁ ଆଜି ପର୍ଯ୍ୟନ୍ତ ଧରିବାରେ ବନବିଭାଗ ବିଫଳ ହୋଇଛି । ବର୍ତ୍ତମାନ କାହିଁକି ଅଭିଯୁକ୍ତମାନଙ୍କୁ ବନବିଭାଗ ଧରୁ ନାହିଁ ତାକୁ ନେଇ ଅଞ୍ଚଳ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଉକ୍ତ ଘଟଣାରେ ସ୍ଥାନୀୟ ରେଞ୍ଜର ଓ ବନପାଳର କାର୍ଯ୍ୟକଳାପ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଉଛି । ଯାହାଫଳରେ କିଛି ମୋଟା ଅଙ୍କର କାରବାର ନେଇ ବନବିଭାଗ ନୀରବ ରହିଥିବା ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର୍‌ ଧରିଛି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଏହି ସେକ୍ସନର ବନପାଲ ସୁଶୀଲ ପୁଟା ଦୀର୍ଘ ୩ ବର୍ଷରୁ ଅଧିକ ହେବ କାର୍ଯ୍ୟରତ କରୁଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ବନପାଲ ଶ୍ରୀ ପୁଟା ନିଜ ସେକ୍ସନ ଏରିଆରେ ରହୁ ନଥିବାରୁ ଏହାର ସୁଯୋଗ ନେଇ ଶିକାରୀମାନଙ୍କ ଦୌରାମ୍ୟ ଦିନକୁ ଦିନ ବୃଦ୍ଧି ପାଉଛି । ଏପରିକି ବନପାଲ ଓ ଶିକାରୀମାନଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଜଙ୍ଗଲର ବନ୍ୟଜନ୍ତୁମାନେ ଶିକାର ହେଉଥିବା ଗୁରୁତର ଅଭିଯୋଗ ହେଉଛି । ଯାହା ଫଳରେ ଶିକାରୀମାନେ ଦୌରାମ୍ୟ ଯୋଗୁଁ ଧିରେ ଧିରେ ଜଙ୍ଗଲର ବନ୍ୟଜନ୍ତୁଗୁଡିକ ଲୋପ ପାଉଛି । ଏନେଇ ରେଞ୍ଜର ସାଗର ରାଜ ନାୟକଙ୍କୁ ଯୋଗାଯୋଗ କରିବାରୁ ମୋବାଇଲ ସୁଇଜ୍‌ ଅଫ୍‌ ରହିଥିଲା । ବନପାଳ ସୁଶୀଲ ପୁଟାଙ୍କୁ ପଚାରିବାରୁ ତଦନ୍ତ ଚାଲିଛି ଦିନେ ଦୁଇ ଦିନ ଭିତରେ ଅଭିଯୁକ୍ତ ଧରାଯିବ ବୋଲି ପ୍ରକାଶ କରିଥିଲେ । ଯଦି ଏ ଘଟଣା ଉପରେ ଜିଲ୍ଲା ବନାଞ୍ଚଳ ଅଧିକାରୀ ତୁରନ୍ତ ହସ୍ତକ୍ଷେପ ଗ୍ରହଣ ନକଲେ ଶିକାରୀମାନେ ଅନ୍ୟ ସେକ୍ସନ ଉପରେ ମଧ୍ୟ ନଜର ପଡିବ ବୋଲି ସାଧାରଣରେ ବେଶ ଚର୍ଚ୍ଚା ଜୋର୍‌ ଧରିଛି ।

purusottam
Leave A Reply

Your email address will not be published.