ବଲା‌ଙ୍ଗିରର ୨ ଗଂଜେଇ ଚୋରା ଚାଲାଣକାରୀଙ୍କୁ ଧରିଲା କଂଟାମାଲ ଅବକାରୀ ବିଭାଗ : ୧୦ କେଜି ଗଂଜେଇ ସହ ବାଇକ ଜବତ

ବୌଦ୍ଧ, (ମମତା ମହାକୁର) : କଂଟାମାଲ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଦଶ କିଲୋ ଗଂଜେଇ ସହ ଗୋଟି ବାଇକକୁ ଜବତ କରାଯାଇଛି । ଏଥିରେ ସମ୍ପୃକ୍ତ ଦୁଇ ଜଣକୁ ଗିରଫ କରାଯାଇଛି ।ଗିରଫ ଅଭିଯୁକ୍ତ ମାନେ ହେଲେ ବଲାଙ୍ଗିର ଜିଲ୍ଲା ସଦେଇପାଲି ଗ୍ରାମର ସୁନୀଲ ସାଏ ଓ ବଲାଙ୍ଗିର ସହରର ଯୁଧିଷ୍ଠିର ବରାଇ । କୋଣସି ସୂତ୍ରରୁ ଖବର ପାଇ କଂଟାମାଲ ଅବକାରୀ ଅଧିକାରୀ ଭଗବାନ ମହାନନ୍ଦିଆଙ୍କ ନେତୃତ୍ୱରେ ଏକ ଟିମ କଂଟାମାଲ-କନ୍ଧମାଳ ସୀମାନ୍ତ ମାତାକୁପା ଘାଟିରେ ପେଟ୍ରୋଲିଂ କରୁଥିବା ସମୟରେ କଂଟାମାଲ ଆସୁଥିବା ସମୟରେ ତାଙ୍କୁ ଧରିଥିଲେ । ଏହା ସହ ଏକ ବାଇକକୁ ଜବତ କରାଯାଇଛି । ଗିରଫ ପରେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.