pr

ଡେଲାଙ୍ଗ ଥାନାରେ ଆମ ପୋଲିସ କାର୍ଯ୍ୟକ୍ରମ ବୈଠକ

dr. purohit

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଥାନା କାର୍ଯ୍ୟାଳୟ ପରିସରରେ ଆମ ପୋଲିସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଡେଲାଙ୍ଗ ଥାନା ଅଧିକାରୀ ଅନୀଲ କୁମାର ମହାନ୍ତିଙ୍କ ନେତୃତ୍ଵରେ ଆୟୋଜିତ ଆମ ପୋଲିସ କାର୍ଯ୍ୟକ୍ରମରେ ଡେଲାଙ୍ଗ ଅଞ୍ଚଳର ବୁଦ୍ଧିଜୀବୀ, ସମାଜସେବୀ, ବରିଷ୍ଟ ନାଗରିକ ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇ ପୋଲିସ ଓ ସାଧାରଣ ଲୋକଙ୍କ ମଧ୍ୟରେ କିଭଳି ସୁସମ୍ପର୍କ ପ୍ରତିଷ୍ଠା ହୋଇପାରିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଡେଲାଙ୍ଗ ପୋଲିସ ଉପସହକାରୀ ନିରୀକ୍ଷକ ଗୋପବନ୍ଧୁ ରାଉତ, ସୁଧାଂଶୁ ଚରଣ ନାୟକ, ଯୁଗଳ କିଶୋର ଜେନା, ରବୀନ୍ଦ୍ର ବେହେରା, ସୁଦାମ ନାୟକ ପ୍ରମୁଖଙ୍କ ସମେତ ଆଇନଜୀବୀ ବିଶ୍ଵନାଥ ପରିଡା, ଚିତ୍ତରଞ୍ଜନ ବିଶ୍ବାଳ, ପ୍ରାକ୍ତନ ସରପଞ୍ଚ ବିପିନି ବିହାରୀ ନରେନ୍ଦ୍ର, ନରେନ୍ଦ୍ର ପରିଡା, ବସନ୍ତ ବେହେରା, କୈଳାସ ସ୍ବାଇଁ, ପ୍ରଦୀପ୍ତ ମହାନ୍ତି, ଅଜୟ ପାଇକରାୟ, ପ୍ରକାଶ ମହାନ୍ତି, ବିଜୟ ସେଠି, ସୁଦର୍ଶନ ବିଶ୍ବାଳ, ଟୁକୁନା ମହାପାତ୍ର, ସର୍ବେଶ୍ଵର ବାରିକ ଏବଂ ଗଣମାଧ୍ୟମ ପ୍ରତିନିଧ ପ୍ରମୁଖ ଆମ ପୋଲିସ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଡେଲାଙ୍ଗ ଥାନା ଅଧିକାରୀ ଅନୀଲ କୁମାର ମହାନ୍ତିଙ୍କ ଏତାଦୃଶ ପ୍ରଶଂସନୀୟ କାର୍ଯ୍ୟ ଡେଲାଙ୍ଗବାସୀ ଗୌରବାନ୍ଵିତ ବୋଲି ଉପସ୍ଥିତ ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଥିଲେ ।

nrusinghnath
Leave A Reply

Your email address will not be published.