ସଇଁତଲା ବ୍ଲକରେ ବ୍ରାହ୍ମଣ ସମାଜର ଜରୁରୀକାଳୀନ ବୈଠକ

ସଇଁତଲା, (ପ୍ରମୋଦ ସେଲମା) : ସଇଁତଳା ସ୍ଥିତ ରାମମନ୍ଦିର ପରିସରରେ ସଇଁତଲା ବ୍ଲକ ବ୍ରାହ୍ମଣ ସମାଜର ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଇଁତଲା ବ୍ଲକ ଅଞ୍ଚଳରେ ବ୍ରାହ୍ମଣ ସମାଜ ପରିସରକୁ ବ୍ୟାପକ କରାଯିବା ସହିତ ପ୍ରତ୍ୟେକ ବ୍ରାହ୍ମଣ ପରିବାରର ସଦସ୍ୟମାନଙ୍କୁ ସମାଜରେ ଯୋଡ଼ାଯିବା ନେଇ ମତ ପ୍ରକାଶ ପାଇଥିଲା । ￰ଏହାସହ ସଇଁତଲା ବ୍ଲକରେ ବ୍ରାହ୍ମଣ ସମାଜର ଯୁବକ, ଛାତ୍ରମାନଙ୍କୁ ନେଇ ପର୍ଶୁରାମ ସେନା ଗଠନ କରାଯିବା ନେଇ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ସମାଜର ପ୍ରତ୍ୟେକ ପରିବାରର ସୁଖ ଦୁଃଖରେ ସମାଜର ସାଧାରଣ କର୍ମକର୍ତ୍ତାମାନେ ଭାଗ ନେଇ ଯେକୌଣସି ପ୍ରତିକୂଳ ପରିସ୍ଥିତିର ସାମନା କରିବାକୁ ସର୍ବଦା ପ୍ରସ୍ତୁତ ରହିବାକୁ ବୈଠକରେ ଉପସ୍ଥିତ ଥିବା ବରିଷ୍ଠ ସଦସ୍ୟମାନେ ଆହ୍ୱାନ ଦେଇଥିଲେ । ଆଗାମୀ ଦିନରେ ଅନ୍ତତଃ ୫ ଶହ ପରିବାରକୁ ନେଇ ଏକ ବନ୍ଧୁମିଳନର ଆୟୋଜନ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ମେ’ ୩ ତାରିଖରେ ସଇଁତଳାରେ ପର୍ଶୁରାମ ଜୟନ୍ତୀ ପାଳନ କରାଯିବା ସହିତ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ କରାଯିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଉକ୍ତ ବୈଠକରେ ଟିଟିଲାଗଡ ବ୍ଲକରୁ ରଞ୍ଜନ ଖୁଆସ, ଦିଲୀପ ପୁରୋହିତ ପର୍ଯ୍ୟବେକ୍ଷକ ଭାବେ ଯୋଗଦେଇଥିବା ବେଳେ ସଇଁତଲା ବ୍ଲକର ବିଭିନ୍ନ ଅଞ୍ଚଳରୁ ତପନ ଦାଶ, ସୁରେଶ ମିଶ୍ର, ସରୋଜ ମିଶ୍ର, ଅମରେନ୍ଦ୍ର ଯୋଷୀ, ପ୍ରବୀଣ ପାଣିଗ୍ରାହୀ, ସଞ୍ଜିବ ମିଶ୍ର, ବିଶ୍ୱଜିତ ମିଶ୍ର, ଅମିତ ରଥ, ସତ୍ୟନାରାୟଣ ପଣ୍ଡା, ପ୍ରେମରାଜ ପଣ୍ଡା, କୁନା ପାଣିଗ୍ରାହୀ, ଦେବେନ୍ଦ୍ର ଯୋଷୀ, ବୁବୁନ ପାଣିଗ୍ରାହୀ, ପ୍ରମୋଦ ନାଏକ, ଦେବାଶିଷ ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!