ଓୟୁଜେ ସଭାପତି ପ୍ରସନ୍ନ ମହାନ୍ତିଙ୍କ ସହିତ ଏନଡିୟୁଜେ ସାମ୍ବାଦିକଙ୍କ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସାମ୍ବାଦିକ ଭବନଠାରେ ଓୟୁଜେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତିଙ୍କ ସହିତ ନୂଆପଡାର ନବ ଗଠିତ ସାମ୍ବାଦିକ ସଂଘ ଏନ୍‌ଡିୟୁଜେର ସଦସ୍ୟ ମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ନବଗଠିତ ଏନଡିୟୁଜେର ଆଗାମୀ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ଏନଡିୟୁଜେର ସଦସ୍ୟ ମାନଙ୍କ ଉତ୍ସାହ ଦେଖି ଖୁସି ବ୍ୟକ୍ତ କରି କିପରି ଭାବରେ ସଂଘ ନୀତି ନିୟମ ଭିତରେ ରହି ତାହାର କାର୍ଯ୍ୟକଳାପ ଜାରି ରଖୁ ବୋଲି ରାଜ୍ୟ ସଭାପତି ମତବ୍ୟକ୍ତ କରିଥିଲେ ।

ଆଗାମୀ ଦିନରେ ବହୁତ ଅଳ୍ପଦିନ ଭିତରେ ଏନଡିୟୁଜେ ମାଓ ଅଧିକୃତ ଅଞ୍ଚଳର ସାମ୍ୱାଦିକ ମାନଙ୍କ ସୁରକ୍ଷାକୁ ନେଇ ଏକ ଦୁଇ ଦିନିଆ କର୍ମଶାଳା ଆୟୋଜନ କରିବାର ଅନୁରୋଧକୁ ଆଗ୍ରହର ସହିତ ମଞ୍ଜୁର କରାଯାଇଛି । ଯେଉଁଥିରେ କଳାହାଣ୍ଡି, ବଲାଙ୍ଗିର, ବରଗଡ଼ ଓ ନବରଙ୍ଗପୁର ଜିଲ୍ଲାର ସାମ୍ୱାଦିକ ମାନେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି ।

ଏହି ବୈଠକରେ ଓୟୁଜେର ସାଧାରଣ ସମ୍ପାଦକ ଅଶୋକ ନନ୍ଦ, ଉପସଭାପତି କିଷାନ ରାଉତ, ନୟାଗଡ଼ ଜିଲ୍ଲା ସଭାପତି ଆଚାର୍ଯ୍ୟ ବିଶ୍ୱରଞ୍ଜନ, ବଲାଙ୍ଗିର ଜିଲ୍ଲା ସଭାପତି ଦୀପକ ବାବୁଙ୍କ ସହିତ ଅନ୍ୟାନ୍ୟ ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.