pr

ଓଡିଶା ଯାଦବ ବୁଦ୍ଧିଜୀବୀ ମଂଚ ସମାବେଶର ପ୍ରସ୍ତୁତି ବୈଠକ

dr. purohit

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଗାମୀ ସେପ୍ଟେମ୍ବର ୧୫ ତାରିଖ ଦିନ ଟାଉନ୍‌ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହେବାକୁ ଯାଉଛି ଓଡିଶା ଯାଦବ ବୁଦ୍ଧିଜୀବୀ ମଂଚ ଏବଂ ନୂଆଁଖାଇ ଭେଟ୍‌ଘାଟ୍‌ ଓ ତୃତୀୟ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ସଭାରେ ବରିଷ୍ଠ ମୁଖ୍ୟ ଉପଦେଷ୍ଟା ବସୁଦେବ ନାଗଙ୍କ ଅଧ୍ୟକ୍ଷତାରେ ଅତିଥି ରୂପେ ପୂର୍ବତନ ଡିଜି ସଂଜିବ ମାରିକ ମୁଖ୍ୟ ଅତିଥି ଏବଂ ବରିଷ୍ଠ ସାମ୍ବାଦିକ ରବି ଦାସ, ପୂର୍ବତନ ପ୍ରଫେସର ଅମରେନ୍ଦ୍ର ଯାଦବ ଏବଂ ପଶ୍ଚିମ ଓଡିଶାର ୧୪ଟି ଜିଲ୍ଲାରୁ ସଭାପତିବୃନ୍ଦ ଓ ସମ୍ମାନିତ ଅତିଥିମାନେ ସ୍ୱିକୃତି ପ୍ରଦାନ କରିଥିବାରୁ ବୈଠକରେ ଆଲୋଚନା ହୋଇଥିଲା । ଛବିଳ ବଗର୍ତ୍ତି, ସନ୍ଦିପ ବାଗ, ବିରେନ୍ଦ୍ର ବନଛୋର, ଦିବାକର ପୋଡ, କବିରାଜ ଭୋଇ, କିଶୋର ଜାଲ, ବିଜୟ କୁମାର ବାଗ, ଆଶୁତୋଷ ବାଗ, ହରିଶଙ୍କର ଛାତ୍ରିଆ, ଆର୍ତ୍ତତ୍ରାଣ ବାଗ, ବସନ୍ତ ଷାଣ୍ଢ, ଗୌତମ ଷାଣ୍ଢ, ବୈରାଗି ବିଶି ପ୍ରମୁଖ ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.