କାର୍ତ୍ତିକ ବ୍ରତ ୧୨ ବର୍ଷ ପୂର୍ତ୍ତି ଅବସରରେ ଅଷ୍ଟ ପ୍ରହରୀ ନାମଯଜ୍ଞ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅଲାତରା ଶିବ ମନ୍ଦିର ପ୍ରାଙ୍ଗଣରେ କାର୍ତ୍ତିକ ପୂର୍ଣ୍ଣିମା ବ୍ରତ ୧୨ବର୍ଷ ପୂର୍ତ୍ତି ଅବସରରେ କଳସ ଯାତ୍ରାରୁ ଆରମ୍ଭ ହୋଇ ବୁଧବାର ଦିନ ଅଷ୍ଟ ପ୍ରହରୀ ନାମଯଜ୍ଞ ସମାପନ ହୋଇଯାଇଛି । ଏଥିରେ କର୍ତ୍ତା ଭାବେ ସପତ୍ନୀ ଗବର ରଣା ଓ ନମିତା ରଣା, ପୂଜକ କପିଳେନ୍ଦ୍ର ଷଡଙ୍ଗୀ, ପାଚକ ଶରତ ଚନ୍ଦ୍ର ପାଢ଼ୀ, ସଞ୍ଜୀବ କୁମାର ଦାସ, ଷଡ଼ସଖା ଭାବେ ରାମକିଶୋର ବାଗ, ଗୋବର୍ଦ୍ଧନ ପଧାନ, ହେମନ୍ତ ବାଗ, ପବିତ୍ର ବିଶ୍ୱାଳ ଓ ଦାସ ରଣା ଥିବାବେଳେ, ଗୋଛାଡେଗେଂନ, ମଦନପୁର, ମାଣିକେରା, ମୋହନଗିରି, ଭଟାପଲା, ଡି.କର୍ଲ।ଖୁଣ୍ଟା ପଂଚାୟତ ସମେତ କଳାହାଣ୍ଡି, ବଲାଙ୍ଗୀର ଓ କନ୍ଧମାଳ ଜିଲ୍ଲାର ହଜାର ହଜାର ଭକ୍ତ ଶ୍ରଦ୍ଧାଳୁମାନେ ଉପସ୍ଥିତ ରହି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରଥିଲେ ।

Leave A Reply

Your email address will not be published.