ଜାତୀୟ ସେବା ଯୋଜନା ଅଧିନରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଫେଲେରିଆ ନିରାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଜାତୀୟ ସେବା ଯୋଜନା ଅଧିନରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଏକ ଫେଲେରିଆ ନିରାକରଣ ସଚେତନତା କାର୍ଯ୍ୟକ୍ରମ ସ୍ନାତକୋତ୍ତର ପରିଷଦ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଜାତୀୟ ସେବା ଯୋଜନାର ମିଳିତ ଉଦ୍ୟମରେ ଆୟୋଜିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ଆଞ୍ଚଳିକ କାର୍ଯ୍ୟକାରୀ ଅଧିକାରୀ ଡ. ନିଶିଥ ରଞ୍ଜନ ଦାସ ଯୋଗଦେଇ ଜାତୀୟ ସେବା ସଂଘର ସ୍ୱେଚ୍ଛାସେବୀ ମାନଙ୍କୁ ଫେଲେରିଆ ନିରାକରଣ କିପରି ହୋଇପାରିବ ତାଉପରେ ସୂଚନା ଦେଇଥିଲେ । ଗଞ୍ଜାମ ଜିଲ୍ଲାର ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ ଅଧିକାରୀ ସୁଜିତ କାର୍ଜୀ ଯୋଗଦେଇ ବିଭିନ୍ନ ଭେକ୍ଟର ବାହିତ ରୋଗ ଓ ତାର ନିରାକରଣ ଉପରେ ଆଲୋଚନା କରିଥିଲେ । ଜାତୀୟ ସେବା ଯୋଜନାର ସଂଯୋଜକ ପ୍ରଫେସର ଜୟନ୍ତ ପଣ୍ଡା ଆସନ୍ତା ୧୦ ତାରିଖରେ ହେବାକୁ ଥିବା ଫେଲେରିଆ ଔଷଧ ସେବନର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆହ୍ୱାନ ଦେଇଥିଲେ । ଗଞ୍ଜାମ ଜିଲ୍ଲା ଜାତୀୟ ସେବା ଯୋଜନା ଅଧିକାରୀ ଗଣେଶ ସାହୁ ଫେଲେରିଆ ନିରାକରଣ ସଚେତନତା କାର୍ଯ୍ୟକ୍ରମକୁ ସଫଳ କରେଇବା ପାଇଁ ପ୍ରେରଣା ଦେଇଥିଲେ । ତାପରେ ଜାତୀୟ ସେବା ଯୋଜନାର କାର୍ଯ୍ୟକାରୀ ଅଧିକାରୀ ଡ. ସଙ୍କର୍ଶନ ମଲ୍ଲିକ ଫେଲେରିଆ ସଚେତନତା କାର୍ଯ୍ୟକ୍ରମକୁ ଆୟୋଜିତ କରିବା ସହିତ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.