ବିଦ୍ୟାଳୟ ସ୍ତରୀୟ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନକଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଆଜି ଭଟିଲି ବ୍ଲକ ଅର୍ନ୍ତଗତ ଗୋପାଲପୁରର ଗୋପାଲପୁର ଆଶ୍ରମ ସ୍କୁଲ ଠାରେ ଏକ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ବିଦ୍ୟାଳୟର ୩୨ ଜଣ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମରେ ପରିବେଶବିତ୍ ଦୟାନିଧି ପ୍ରଧାନ, ସମାଜସେବୀ ସୌଦାମିନୀ ବନଛୋର ଯୋଗଦାନ କରି ଛାତ୍ରୀ ଓ ଛାତ୍ରୀ ମାନଙ୍କୁ ସାଧାରଣ ଜ୍ଞାନ ପ୍ରତିଯୋଗିତା ବିଷୟ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ କୃତି ପ୍ରତିଯୋଗୀ ମାନଙ୍କୁ ଆସନ୍ତା ଅଗଷ୍ଟ ୧୫ ତାରିଖ ଦିନ ପ୍ରଥମ, ଦୃତୀୟ ଓ ତୃତୀୟଙ୍କୁ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯିବ ବୋଲି ଜନକଲ୍ୟାଣ ସେବା ଟ୍ରଷ୍ଟର ସଭାପତି ମୁକୁନ୍ଦ ଦାଶ ସୂଚନା ପ୍ରଦାନ କରିଛନ୍ତି । କାର୍ଯ୍ୟକ୍ରମରେ ଅନୁଷ୍ଠାନର ଆଜୀବନ ସଦସ୍ୟ, ଶିବାନନ୍ଦ ମଟାରୀ, ବୃନ୍ଦାବନ ବେହେରା, ଚନ୍ଦ୍ରକାନ୍ତ ସାହୁ ଯୋଗଦାନ କରି ଆମ ଅଞ୍ଚଳର କଲା ଓ ସଂସ୍କୃତି ଉପରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଓ ସହ ଶିଯକ ମାନେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ସେବା କାର୍ଯ୍ୟ ପାଇଁ ଦୟାନିଧି ପ୍ରଧାନଙ୍କୁ ଅନୁଷ୍ଠାନ ତରଫରୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ସଭାପତି ମୁକୁନ୍ଦ ଦାଶ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସମାପ୍ତ କରିଥିଲେ ।

Leave A Reply

Your email address will not be published.