ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପି.ପି.ଏକାଡେମୀଠାରେ ସଂଜିବନୀ ଓ ୧୮୯ ବାଟାଲିୟନ ସିଆରପିଏଫ୍‌ ଯବାନମାନଙ୍କ ମିଳିତ ଆନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସଂଜିବନୀର ସଂପାଦକ ସୁମିତ ରାମ ଭରଦ୍ୱାଜଙ୍କ ସଭାପତିତ୍ୱ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସିଆରପିଏଫ୍‌ କମାଣ୍ଡିଙ୍ଗ ଅଫିସର ପବନ କୁମାର ତିୱାରୀ ଓ ସମ୍ମାନିତ ଅତିଥି ଭାବରେ ସ୍ୱେତା ତିୱାରୀ, ଆଇଡିଏମ୍‌ ପବ୍ଲିକ ସ୍କୁଲର ପ୍ରିନ୍ସିପାଲ ବବିତା ଦିକ୍ଷିତ, ମ୍ୟାନେଜର ଶଶିଭୂଷଣ ଦିକ୍ଷିତ, ଏସ୍‌ବିଆ ଶାଖାର ପ୍ରବନ୍ଧକ ସତ୍ୟନାରାୟଣ ମାଝି ଯୋଗ ଦେଇଥିଲେ । ରକ୍ତର କୌଣସି ବିକଳ୍ପ ନାହିଁ । ଯେତେ ଦାନ ଅଛି ସବୁଠାରୁ ରକ୍ତଦାନ ମହତ ଦାନ ଅଟେ । ତେଣୁ ସମଗ୍ର ଯୁବ ପିଢି ସ୍ୱେଚ୍ଛାକୃତ ରକ୍ତଦାନ କରିବା ପାଇଁ ଆଗେଇ ଆସିବା ପାଇଁ ଅତିଥିଗଣ ମତପ୍ରକାଶ କରିଥିଲେ । ରକ୍ତଦାନ ଶିବିରରେ ସଂଜିବନୀର କର୍ମକର୍ତ୍ତା ଓ ଯବାନମାନଙ୍କ ତରଫରୁ ୩୮ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । କାର୍ଯ୍ୟକ୍ରମକୁ ସୌଭାଗ୍ୟ କୁମାର ବେହେରା ସଂଯୋଜନା କରିଥିବା ବେଳେ ରେଡକ୍ରସ କର୍ମୀ ରାମ ନାରାୟଣ ଦାଶ ପରିଚାଳନା କରିଥିଲେ । ଆଶିଷ ବସ୍ତିଆ, ଦେବାଶିଷ ସାହୁ ପ୍ରମୁଖ ବିଶେଷ ସହଯୋଗ କରିଥିଲେ ।

Leave A Reply

Your email address will not be published.