jayashree

ରାଜ୍ୟ କ୍ୟାବିନେଟ ବୈଠକରେ କନ୍ଧମାଳ ଜିଲ୍ଲା ପାଇଁ ଦୁଇଟି ପାନୀୟ ଜଳ ପ୍ରକଳ୍ପ ଅନୁମୋଦନ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ରାଜ୍ୟ କ୍ୟାବିନେଟ ବୈଠକରେ କନ୍ଧମାଳ ଜିଲ୍ଲା ପାଇଁ ଦୁଇଟି ପାନୀୟ ଜଳ ପ୍ରକଳ୍ପ ଅନୁମୋଦିତ ହେବା ପରେ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ବାଲିଗୁଡ଼ା ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ୱାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ସରୋଜ କର୍ଣ୍ଣ ଅଧ୍ୟକ୍ଷତା କରିଥିବା ବେଳେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନ, ରାଜ୍ୟ ପରିଷଦ ସଦସ୍ୟ କୃଷ୍ଣ ମୋହନ ପାଣିଗ୍ରାହୀ, ବାଲିଗୁଡ଼ା ବ୍ଲକ ସଭାପତି ଟୁନା ଦାସ, ତୁମୁଡିବନ୍ଧ ସାଂସଦ ପ୍ରତିନିଧି ପ୍ରମୋଦ କୁମାର ସାହୁ, ବରିଷ୍ଠ ଆଇନଜୀବୀ ସେକ୍ ସାଦିକ ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟ କ୍ୟାବିନେଟରେ କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀର ଟିକାବାଲି ବ୍ଲକ ଓ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ବାଲିଗୁଡ଼ା ବ୍ଲକ ପାଇଁ ଦୁଇଟି ମେଗା ପ୍ରକଳ୍ପ ଘୋଷଣା ହୋଇଥିବା ବେଳେ ମୋଟ ୧୮୫କୋଟି ୯୨ଲକ୍ଷ । ଟିକାବାଲି ବ୍ଲକର ୧୨୯ ଗାଁ ଓ ବାଲିଗୁଡା ବ୍ଲକର ୨୦୦ଟି ଗାଁର ଲକ୍ଷାଧିକ ଜନସାଧାରଣ ଉପକୃତ ହେବେ । ଏ ନେଇ ଏହି ସମ୍ମିଳନୀରେ କନ୍ଧମାଳ ଜିଲ୍ଲା ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଯାଇଛି ।

Leave A Reply

Your email address will not be published.