ଟିଟିଲାଗଡ଼ ବ୍ଲକ୍ ଅଧ୍ୟକ୍ଷା ସଂଯୁକ୍ତା ନାୟକଙ୍କ ବିରୋଧରେ ଆସିଲା ଅନସ୍ଥା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଲକର ଅନେକ ସମିତି ସଭ୍ୟ ଏବଂ ସରପଞ୍ଚ ବ୍ଲକ ଅଧ୍ୟକ୍ଷା ଶ୍ରୀମତି ସଂଯୁକ୍ତା ନାୟକଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇ ତାଙ୍କ ବିରୁଦ୍ଧରେ ଅନସ୍ଥା ପ୍ରସ୍ତାବ ପାରିତ କରିବା ପାଇଁ ଟିଟିଲାଗଡ଼ ଉପଜିଲ୍ଲପାଳଙ୍କୁ ସାକ୍ଷାତ କରିଛନ୍ତି । ଅଭିଯୋଗ ଅନୁସାରେ ସମିତି ସଭ୍ୟ ଏବଂ ସରପଞ୍ଚଙ୍କୁ ଅଣଦେଖା କରିବା, ଜନସାଧାରଣଙ୍କ କଥା ନ ଶୁଣିବା, ସମୟ ସମୟରେ ସମିତି ବୈଠକର ପରିଚାଳନା ନ କରିବା ଏବଂ (ବିକାଶ) କାର୍ଯ୍ୟର ବିଲକୁ ପାସ୍ ନକରି ପିସି ମାଗିବା ଭଳି ସଙ୍ଗୀନ ଅଭିଯୋଗ ଲଗାଇ ଆଜି ଅନେକ ସମିତି ସଭ୍ୟ ଓ ସରପଞ୍ଚ ଅନସ୍ଥା ପ୍ରସ୍ତାବ ଆଣିଛନ୍ତି ।

Leave A Reply

Your email address will not be published.