ସତ୍ୟସାଇ ସେବା ପକ୍ଷରୁ ଅମୃତବିନ୍ଦୁ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ସତ୍ୟସାଇ ବିହାରରେ ତୁଷୁରା ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସ୍ୱତନ୍ତ୍ର ରକ୍ତଦାନ ଶିବିର ‘ଅମୃତ ବିନ୍ଦୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୋବିନ୍ଦ ମେହେରଙ୍କ ପ୍ରଚେଷ୍ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ତୁଷୁରା ସମିତିର ଆବାହକ ପ୍ରଦୀପ୍ତ ସାହୁ, ବରିଷ୍ଠ ସଦସ୍ୟ ବିନୋଦ ବିହାରୀ ସାହୁ, ରମେଶ ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ । ଦେଓଗାଁ ତହସିଲଦାର ଯୁଗଳ କିଶୋର ବିଶ୍ୱାଳ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.