ଗଣେଶ ଭସାଣୀ ବେଳେ ୨ ଭାଇଙ୍କୁ ଆକ୍ରମଣ : ଜଣେ ମୃତ, ଜଣେ ଗୁରୁତର

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅମୃତଲୁ ଗାଁରେ ଅଘଟଣ । ଗଣେଶ ଭସାଣୀ ସମୟରେ ୨ ଭାଇଙ୍କୁ ଆକ୍ରମଣ । ବଡ଼ଭାଇ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା ବେଳେ ସାନଭାଇ ଗୁରୁତର । ସୂଚନା ଅନୁଯାୟୀ, ରବିବାର ରାତିରେ ସୋରଡ଼ା ଥାନା ଅମୃତଲୁ ଗାଁରେ ଗଣେଶ ଭସାଣୀ କରୁଥିଲେ । ହଠାତ୍‌ କୌଣସି କାରଣକୁ ନେଇ ଭସାଣୀ ସମୟରେ ବିବାଦ ହୋଇଥିଲା । ଭସାଣୀରେ ସାମିଲ ଥିବା ୨ ଭାଇଙ୍କୁ ଆକ୍ରମଣ କରିଥିଲେ । ଯେଉଁଥିରେ ଗୁରୁତର ଥିବା ୨ ଭାଇକୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବଡ଼ଭାଇର ମୃତ୍ୟୁ ହୋଇଥିବା ବେଳେ ସାନଭାଇର ଚିକିତ୍ସା ଚାଲିଛି । ମୃତ ଜଣକ ବାବୁ ସ୍ୱାଇଁ ଏବଂ ଆହତ ଥିବା ବ୍ୟକ୍ତି ଜିତୁ ସ୍ୱାଇଁ ବୋଲି ଜଣାପଡିଛି । ସେପଟେ ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.