ପଦ୍ମପୁର, ( ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ରାଜବୋଡାସମର ବ୍ଲକ ଅନ୍ତର୍ଗତ ବୁଡାମାଲ ଗ୍ରାମ ପଞ୍ଚାୟତ ଲୁହାଖାନ ଗ୍ରାମରେ ଏକ ନଳକୂପ ପ୍ରାୟ ଦୁଇ ବର୍ଷ ହେବ ପଡି ରହିଛି । ଦୁଃଖର ବିଷୟ ଏହି ଯେ, ଏହି ନଳକୂପର ପାଇପ ଫାଟି ଯାଇଥିବାରୁ ତାହା ଅକ୍ଷମ ହୋଇ ପଡି ରହିଛି ବର୍ଷ ବର୍ଷ ଧରି । ଏହି ଗ୍ରାମର ବ୍ୟକ୍ତିମାନେ ଆଖି ଥାଇ ଦୃଷ୍ଟି ହରା ହେଲା ଭଳି ଆଖି ବୁଜିଦେଇ କୌଣସି ଅଭିଯୋଗ ପ୍ରଶାସନ ପାଖରେ କରିନଥିବାରୁ ଅନ୍ୟ ନିରୀହ ଲୋକମାନେ ସୁବିଧା ପାଇବାରୁ ବଞ୍ଚିତ ହୋଇଛନ୍ତି । ଏଠାରେ ଲୁହାଖାନର କିଛି ଟାଉଟରଙ୍କୁ ଆମର ପ୍ରଶ୍ନ-କେଉଁ ସ୍ବାର୍ଥ ପାଇଁ ଏହି ନଳକୂପ ମରାମତି ପାଇଁ ପ୍ରଶାସନକୁ ଜଣାଇ ନାହାଁନ୍ତି ? କ’ଣ ଅସୁବିଧା ହେବ ନଳକୂପ ମରାମତି ହେଲେ । ତୁରନ୍ତ ଏହି ନଳକୂପ ମରାମତି ଦିଗରେ ବ୍ଲକ ପ୍ରଶାସନ ଓ ପଞ୍ଚାୟତ ପ୍ରଶାସନ ଦୃଷ୍ଟି ଦେବାକୁ ଜନ ସାଧାରଣରେ ଦାବୀ ହେଉଛି ।