ବାର୍ଥଡେ କ୍ୟାଣ୍ଡେଲ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ, ୬ ଶ୍ରମିକ ଜୀବନ୍ତ ଦଗ୍ଧ

ମୁମ୍ବାଇ : ମହାରାଷ୍ଟ୍ରର ପୁଣେରେ ଥିବା ଏକ କାରଖାନାରେ ବଡ଼ ଧରଣର ଅଗ୍ନିକାଣ୍ଡ । ନିଆଁ ଏତେ ଭୟାନକ ଥିଲା ଯେ ଭତରକୁ ଯିବା ଅସମ୍ଭବ ଥିଲା । ଅଗ୍ନିକାଣ୍ଡ ଯୋଗୁଁ ୬ ଜଣ ଶ୍ରମିକ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି । ପୁଣେର ପିମ୍ପରି ଚିଞ୍ଚୱାଡ ସହରରେ ଏହି ଘଟଣା ଘଟିଛି। ପିମ୍ପରି ଚିଞ୍ଚୱାଡର ତଲବେଡ ଅଞ୍ଚଳର ଥିବା ବାର୍ଥଡେ କ୍ୟାଣ୍ଡେଲ ଗୋଦାମରେ ନିଆଁ ଲାଗିଯାଇଥିଲା ।

ଏହି ଦୁର୍ଘଟଣା ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ସୂଚନା ଅନୁଯାୟୀ ଏହି ଦୁର୍ଘଟଣାରେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କାହିଁକି ଓ କିପରି ଅଗ୍ନିକାଣ୍ଡ ଘଟିଛି ତାହାର ତଦନ୍ତ କରାଯାଉଛି । ପୋଲିସ ଏବଂ ଅନ୍ୟାନ୍ୟ ତଦନ୍ତକାରୀ ସଂସ୍ଥା ଏହାର ତଦନ୍ତ ଆରମ୍ଭ କରିଛନ୍ତି ।

କାରଖାନାରେ ନିଆଁ ଲାଗିବା ପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ସୂଚନା ଦିଆଯାଇଥିଲା, ଏହା ପରେ ୮ ଅଗ୍ନିଶମ ଗାଡି ଘଟଣାସ୍ଥଳରେ ପହଞ୍ଚିଥିଲା । ​​କିନ୍ତୁ ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା । ଯଦିଓ ଅଗ୍ନିଶମ ବାହିନୀ ନିଆଁକୁ ନିୟନ୍ତ୍ରଣକୁ ଆଣିଥିଲେ ମଧ୍ୟ ଶ୍ରମିକଙ୍କ ଜୀବନ ରକ୍ଷା ହୋଇପାରିନଥିଲା । ଅନୁମାନ କରାଯାଉଛି ଯେ କିଛି ଶ୍ରମିକ ଭିତରେ ଫସି ରହିପାରନ୍ତି ।

Leave A Reply

Your email address will not be published.

error: Content is protected !!