ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକରେ ଗତକାଲି ହୋଇଥିବା ଅଦିନିଆ ବର୍ଷାରେ ମଣ୍ତିରେ ଥିବା ଧାନ ବେହାଲ ହୋଇଥିବା ଜଣାପଡିଛି । ଗତ ବୁଧବାର ଦିନ ସିନାପାଲିର ବିଭିନ୍ନ ସ୍ଥାନରେ ଅଦିନିଆ ବର୍ଷା ହୋଇଥିଲା । ସିନାପାଲି ସଦର ଧାନ ମଣ୍ତି ସମେତ ମଖାପଦର, କେନ୍ଦୁମୁଣ୍ତା, ସିଂଙ୍ଗଝର, ହାତିବନ୍ଧା, ଗମ୍ଭାରୀଗୁଡା, ସମେତ ବିଭିନ୍ନ ମଣ୍ତିରେ ରହିଥିବା ହଜାର ହଜାର ଧାନ ବସ୍ତା ଭିଜି ଯାଇଛି । ଯାହା ଫଳରେ ଚାଷୀ କ୍ଷୟକ୍ଷତିର ଶିକାର ହୋଇଛନ୍ତି । ପ୍ରାପ୍ତ ଖବର ଅନୁସାରେ ସିନାପାଲି ବ୍ଲକର ବିଭିନ୍ନ ସ୍ଥାନରେ ଥିବା ଧାନ ମଣ୍ତିରେ କୁଇଣ୍ଟାଲ ପ୍ରତି ୫ରୁ୬ କେଜି ଧାନ କାଟୁଥିବା ବେଳେ ବିଭାଗୀୟ କର୍ମଚାରୀମାନେ ଚାଷୀଙ୍କୁ ଶୋଷଣ କରି ଆସୁଥିବା ଅଭିଯୋଗ ହେଉଛି । ଅନେକ ସମୟରେ ମଣ୍ତିରେ ଗଚ୍ଛିତ ଥିବା ଚାଷୀଙ୍କ ଧାନ ରାତ୍ରି ସମୟରେ ଚୋରୀ ହେଉଥିବା ବେଳେ ଚାଷୀଙ୍କ ନାମରେ ବେପାରିମାନେ ଧାନ ବିକ୍ରୀ କରୁଥିବାରୁ ପ୍ରକୃତ ଚାଷୀଙ୍କୁ ହଇରାଣ ହେବାକୁ ପଡୁଥିବା ଚାଷୀମାନେ ପ୍ରକାଶ କରିଛନ୍ତି । ଏନେଇ ଜିଲ୍ଲା ପ୍ରଶାସନ ଦୁଷ୍ଟି ଦେଇ ଉଚିତ୍ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି ।