jsm

କାଗଜ କଲମରେ ସିମିତ ଆଦର୍ଶ ଗାଁ ବ୍ରାହ୍ମଣଡିହି

csstore

ପଦ୍ମପୁର, (ନିରୋଜ କୁମାର ପାଣୀ ) : ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ୍ ଦହିଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣଡିହି ହେଉଛି ଆଦିବାସୀ ଅଧ୍ୟୁଷିତ ଗ୍ରାମ ଟିଏ । ଏହି ଗ୍ରାମରେ ମାହାର ସଂପ୍ରଦାୟର (ବାଉଁଶ କାରିଗର) ପାଖାପାଖି ୭୦% ଲୋକ ବସବାସ କରୁଛନ୍ତି । ବାଉଁଶ କାମ ହେଉଛି ତାଙ୍କର କୌଳିକ ବୃତ୍ତି । ଏମାନେ ବାଉଁଶ କାମ କରି ନିଜ ପରିବାର ପାଇଁ ଆହାର ମୁଠାଏ ଯୋଗାଡ଼ କରି ନିଜର ଭରଣ ପୋଷଣ କରିଥାଆନ୍ତି । ଆଜିର ଦିନରେ ଦେଖିବାକୁ ଗଲେ ବଜାରେ ବିଭିନ୍ନ ପ୍ଲାଷ୍ଟିକ୍ ଦ୍ରବ୍ୟ ମିଳୁଥିବାରୁ ବାଉଁଶ ତିଆରି ସାମଗ୍ରୀର ଚାହିଦା ଏକ ପ୍ରକାରର ଠପ୍ ହୋଇଯାଇଛି । ଯାହା ଦ୍ୱାରା ଏହି ଗାଁର ଯୁବ ଗୋଷ୍ଠୀ ଦାଦନ ମୁହାଁ ହେବା ସ୍ୱାଭାବିକ । ଏବେ କାମ ଅଭାବରୁ ୭୦% ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଛନ୍ତି । ୨୦୧୬ରେ ଏହି ଗାଁକୁ ଓଡିଶା ରାଜ୍ୟ ସରକାର ଆଦର୍ଶ ଗ୍ରାମରେ ଘୋଷଣା କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଗ୍ରାମରେ ଆଦର୍ଶ ଗ୍ରାମ ନାମରେ ବୋର୍ଡ଼ ଗୋଟିଏ ମଧ୍ୟ ଲାଗିନି । ଗ୍ରାମବାସୀମାନଙ୍କର କହିବା ଅନୁସାରେ ଅନେକ ଉଚ୍ଚପଦସ୍ଥ ସରକାରୀ ଅଧିକାରୀ ଆସି ଏହି ଗାଁ ଆଦର୍ଶ ଗାଁ ଘୋଷଣା ହୋଇଛି ବୋଲି ପ୍ରକାଶ କରିଥିଲେ ଏବଂ ଏହି ଗ୍ରାମରେ ରୋଡ ରାସ୍ତା ହେବ, ହସ୍ପିଟାଲ୍ ହେବ, ଘରକୁ ଘର ଓ୍ବାଟର୍ ସପ୍ଲାଏ ହେବ, ସମସ୍ତଙ୍କୁ କାମ ମିଳିବ କେହିବି ଦାଦନ ଖଟିଯିବେ ନାହିଁ ଏପରି ଅନେକ ରଙ୍ଗୀନ ସ୍ୱପ୍ନ ଦେଖାଇ, ଏପର୍ଯ୍ୟନ୍ତ କୈଣସି ପ୍ରଶାସନିକ ଅଧିକାର ଏହି ଗାଁକୁ ପାଦ ଦେଉ ନାହାନ୍ତି । ଖାଲି କାଗଜ କଲମରେ ସିମିତ ଆଦର୍ଶ ଗାଁ ବ୍ରାହ୍ମଣଡିହିର ସ୍ୱପ୍ନ ପୁରଣ ହେବ କେବେ ?

yuvodaya
Leave A Reply

Your email address will not be published.