oom

କଚାରଭାଡ଼ି ଗ୍ରାମରେ ଗାଈ ଫସଲ ଖାଇଦେବାରୁ ଗୋଡ଼କୁ ହାଣିଦେଲା ଦୁର୍ବୃତ୍ତ, ଥାନାରେ ମାମଲା ରୁଜ୍ଜୁ, ଜେଲ ଗଲା ଅଭିଯୁକ୍ତ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ବାନ୍ଦୁପଳା ପଞ୍ଚାୟତ କଚାରଭାଡ଼ି ଗ୍ରାମରେ ଏକ ଗାଈ ଫସଲ ଖାଇଦେବାରୁ ଗାଈର ଗୋଡକୁ ହାଣି ଜଣେ ଦୁର୍ବୃତ୍ତ ଜେଲ ଯିବା ଚର୍ଚ୍ଚାର ବିଷୟ ହୋଇଛି । କଚାରଭାଡ଼ି ଗ୍ରାମର ରତନ ନାଗ(୩୫)ଙ୍କ ଏକ ଗାଈ ଗ୍ରାମର ଜଣେ ଚାଷୀଙ୍କ ଫାର୍ମ ହାଉସରେ କରାଯାଇଥିବା ଫସଲକୁ ବାରମ୍ବାର ଖାଇଦେଉଥିଲା । ଏଥିରେ ଉତ୍ୟକ୍ତ ହୋଇ ଏହି ଫାର୍ମ ହାଉସକୁ ଜଗିବା ପାଇଁ ନିଯୁକ୍ତ ବରଗଡ଼ ଜିଲ୍ଲା ଅତାବିରା ଥାନା ଗୌରଟିକ୍ରା ଗ୍ରାମର ତଥା ଏବେ କଚାରଭାଡ଼ି ଗ୍ରାମରେ ରହୁଥିବା କଂସରାମ ଲେହେରୀ ଓରଫ୍ ଗୁଡ୍ଡୁ(୩୫)ନାମକ ଜଣେ ଯୁବକ ସେହି ଗାଈର ଗୋଡକୁ ଟାଙ୍ଗିଆରେ ହାଣି ଦେଇଥିଲେ । ଫଳରେ ଗୋଡ ଛିଣ୍ଡି ଗାଇଟି ରକ୍ତାକ୍ତ ହୋଇ ସେଠାରେ ହିଁ ପଡ଼ି ରହିଥିଲା । ଚାଷୀ ରତନ ଗାଈକୁ ଖୋଜିବାକୁ ଯାଇ ସେଠାରେ ରକ୍ତାକ୍ତ ହୋଇ ପଡ଼ିଥିବା ଦେଖିବାକୁ ପାଇଥିଲେ । ଏନେଇ ରତନ ବୁଧବାର କଂସରାମ ନାମରେ ଥାନାରେ ଏତଲା ଦେଇ ଗାଈର ଚିକିତ୍ସା ମଧ୍ୟ କରାଇଥିଲେ । ଗାଈଗୋରୁଙ୍କୁ ବାରମ୍ବାର ଅତ୍ୟାଚାର ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ମୁରିବାହାଲ ବଜରଙ୍ଗ ଦଳର ମକୁନ୍ଦ ବଗର୍ତ୍ତିଙ୍କ ସହ ଅନ୍ୟମାନେ ଦାବୀ କରିଥିଲେ । ଏ ସମ୍ପର୍କରେ ଥାନା କେସ୍‌ ନଂ ୬୩/୨୪ରୁଜ୍ଜୁ କରି ତଦନ୍ତକାରୀ ଅଧିକାରୀ ସବ୍‌ଇନସ୍ପେକ୍ଟର ଦନାର୍ଦନ ଓରାମ ତଦନ୍ତ କରି ଅଭିଯୁକ୍ତ କଂସରାମଙ୍କୁ ଗିରଫ କରିଥିଲେ । ଗୁରୁବାର ଅଭିଯୁକ୍ତ କଂସରାମଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ବୋଲି ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.