ଅବସର ଭବନରେ ବିଶ୍ଵ ବୟୋଜ୍ୟେଷ୍ଟ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର କୋଏଲନଗରେ ଥିବା ଇସ୍ପାତ କାରଖାନା ଅବସର ପ୍ରାପ୍ତ କର୍ମଚାରୀ ସଂଘ ପରିସର ମଧ୍ୟରେ ବିଶ୍ଵ ବୟୋଜ୍ୟେଷ୍ଟ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ସଭାରେ ଅନୁଷ୍ଠାନର ସଭାପତି ଇଂ ଅଭୟ କୁମାର ଦାସ ପୌରହିତ୍ୟ କରିଥିବା ବେଳେ ରାଉରକେଲାର ବିଧାୟକ ସାରଦା ପ୍ରସାଦ ନୟକ ମୁଖ୍ୟ ଅତିଥି, ଏବଂ ରାଉରକେଲା ଇସ୍ପାତ କାରଖାନର ଚିକିତ୍ସା ଓ ସ୍ୱାସ୍ଥ୍ୟ ସେବାର ମୁଖ୍ୟ ଡଃ. ଜୟନ୍ତ କୁମାର ଆଚାର୍ଯ୍ୟ ସାନମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଏହା ସହିତ ଦେଶର ଦରିଦ୍ର ଓ ଅବହେଳିତ ବିରୁଦ୍ଧରେ ଲଢୁଥିବା ହେଲ୍ପସ ଇଣ୍ଡିଆର ଅଧିକାରୀ ଦେବଶ୍ରୀ ବ୍ରହ୍ମା ଅନ୍ୟତମ ସମ୍ମାନିତ ଅତିଥି ଭାବେ ମଂଚାସୀନ ଥିଲେ । ପବିତ୍ର ପ୍ରଦୀପ ପ୍ରଜ୍ମଳନ ପରେ ସଂଗୀତ ନିର୍ଦ୍ଦେଶକ ଜ୍ୟୋତିମୟ ଆଚାର୍ଯ୍ୟ ଓ ସାଥି ସ୍ୱାଗତ ସଂଗୀତ ଗାନ କରିଥିଲେ ମଞ୍ଚାସୀନ ଗାରିମାମୟ ବ୍ୟାକ୍ତିତ୍ୱ ମାନଂକୁ ପୁଷ୍ପଗୁଚ୍ଛ ପ୍ରଦାନ ପରେ ପରେ ଅନୁଷ୍ଠାନରେ ନୂତନ ଭାବେ ଯୋଡ଼ା ଯାଇଥିବା ଭୌତିକ ଚିକିତ୍ସା କେନ୍ଦ୍ରର ଅନୁଷ୍ଠାନିକ ଉଦ୍‌ଘାଟନ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିମାନଙ୍କ ଦ୍ୱାରା ସମ୍ପନ ହୋଇଥିଲା । ଏହି ଭୌତିକ ଚିକିତ୍ସା କେନ୍ଦ୍ରର ସରଞ୍ଜାମ ଗୁଡିକ ହେଲ୍ପସ ଇଣ୍ଡିଆ ଭୁବନେଶ୍ୱର ଦ୍ୱାରା ଅନୁଷ୍ଠାନକୁ ପ୍ରଦାନ କରାଯାଇଛି । ପରେ ପରେ ସଭାପତି ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ । ସାଧାରଣ ସମ୍ପାଦକ ପ୍ରେମାନନ୍ଦ ସାମଲ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ସମ୍ୱର୍ଦ୍ଧନା ଦିଆ ଯାଉଥିବା ସଦସ୍ୟ ମାନଂକର ନିରାମୟ ଦୀର୍ଘ ଜୀବନର କାମନା କରିଥିଲେ । ସମ୍ବର୍ଦ୍ଧନା ସଭାରେ ଅନୁଷ୍ଠାନର ୨୯ଜଣ ୮୩ ବର୍ଷ ବୟସ୍କ ସଦସ୍ୟଙ୍କୁ ସେମାନଙ୍କ ସମଗ୍ର ଜୀବନ କାଳର ସେବା ଏବଂ ପରବର୍ତ୍ତୀ ପିଢ଼ୀଙ୍କ ପ୍ରେରଣା ପାଇଁ ପୁଷ୍ପଗୁଚ୍ଛ ଉତ୍ତରୀୟ ମାନପତ୍ର ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ସାମ୍ମାନିତ ଅତିଥି ତାଙ୍କ ବକ୍ତବ୍ୟରେ ନିରାମୟ ଓ ଦୀର୍ଘ ଜୀବନ ପାଇଁ କେତେକ ପରାମର୍ଶ ଦେବା ସଙ୍ଗେ ସଙ୍ଗେ କିଛି ନୂତନ କଥା ଶିଖିବାକୁ ପରାମର୍ଶ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଅନୁଷ୍ଠାନର ସାମାଜିକ ସୁରକ୍ଷା ଦିଗରେ କାର୍ଯ୍ୟକୁ ଭୁୟସୀ ପ୍ରଶଂସା କରିବା ସଙ୍ଗେ ସଙ୍ଗେ ଏପରି ଅନ୍ୟନ୍ୟ ଅନୁଷ୍ଠାନ ରାଜ୍ୟ ସହ ସାରା ଦେଶରେ ମଧ୍ୟ ନାହିଁ ବୋଲି କହିଥିଲେ । ମଞ୍ଚ ଉପରେ ବିଭିନ୍ନ କାର୍ଯ୍ୟକ୍ରମରେ ଜୟଶ୍ରୀ ପାଣିଗ୍ରାହୀ । ମିନା ପାତ୍ର, ସୁକାନ୍ତି, ସ୍ୱର୍ଣ୍ଣଲତା ସାମଲ, ଦୀପା ପଣ୍ଡା, ସୁନିତା ପାତ୍ର, ମଞ୍ଜୁଳା ଜୋତିଶ, ସେହ୍ନଲତା ପରିଡା, ସସ୍ମିତା ସ୍ୱାଇଁ, ଚିନ୍ମୟୀ ପଣ୍ଡା, ରେଣୁକା ଲେଙ୍କା ସହଯୋଗ କରିଥିଲେ, ଅନୁଷ୍ଠାନର ଉପ ସଭାପତି ଅରବିନ୍ଦ ପାତ୍ର ଧନ୍ୟବାଦ ଅର୍ପଣ କରିଥିବା ବେଳେ ରାଧାମୋହନ ନୟକ ମଞ୍ଚ ପରିଚାଳନା କରିଥିଲେ ଅନୁଷ୍ଠାନର କର୍ମର୍କା ଓ କାର୍ଯ୍ୟକାରୀ କମିଟି ସଦସ୍ୟ ସଚ୍ଚିଦାନନ୍ଦ ମିଶ୍ର, ଅନିରୁଦ୍ଧ ଦାସ, ଧନଞ୍ଜୟ ଦାଶ, ତ୍ରିଲୋଚନ ମଥାନ, କୃଷ୍ଣଚନ୍ଦ୍ର ମହାନ୍ତି, କପିଳେଶ୍ଵର ମହାରଣା, ଚାନ୍ଦ ମଣି ବେହେରା, ଇନ୍ଦ୍ରଜିତ ସିଂ, ନିରାୟଣ ସାମଲ, ଗୌରୀ ଶଙ୍କର ମିଶ୍ର, ଭଗବାନ ଚନ୍ଦ୍ର ସାହୂ, ଭେଷଜ ମହନ୍ତ, ରବୀନ୍ଦ୍ର ପ୍ରଧାନ, ଧରଣୀଧର ସାମଲ, ବଂଶୀଧର ପରିଡା, ଶତୃଘ୍ନ ଜେନା, ଅଶୋକ ବଳ, ଅକ୍ଷୟ ନୟକ, ବସନ୍ତ ଜେନା
ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!