ଆବାସ ଯୋଜନାରେ କାର୍ଯ୍ୟାଦେଶ ମିଳିଲା, କିନ୍ତୁ ଘର ମିଳିଲା ନାହିଁ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ପଞ୍ଚାୟତର ବିଭିନ୍ନ ଗାଁରେ ଦିଆଯାଇଥିବା ହିତାଧିକାରୀମାନଙ୍କୁ ଆବାସ ଘରର କାର୍ଯ୍ୟାଦେଶ ଦେଇ ବର୍ଷ ବର୍ଷ ହେଇ ଯାଇଥିଲେ ମଧ୍ୟ ଘର ମିଲୁନଥିବା ଦେଖିବାକୁ ମିଲିଛି । ଟଙ୍କପାଣି ଗାଁର ଘୁସାମଣୀ ବାଗଙ୍କୁ ଖପ୍ରାଖୋଲ ବ୍ଲକରେ ତାରିଖ ୦୧/୦୩/୨୦୧୭ରେ ଆବାସ ଘରର କାର୍ଯ୍ୟାଦେଶ ଦେଇଥିଲେ । ହେଲେ ଆବାସ ଘରର କାର୍ୟ୍ୟଦେଶ ସଂଖ୍ୟା ୯୮୮ କେସ ରେର୍କଡ ନଂ-୭୧୬ ବର୍ଷ-୨୦୧୬/୨୦୧୭ ଏବଂ ବିଡିଓଙ୍କ ମଧ୍ୟ ଦସ୍ତଖତ ଥିବା ଲେଖା ହୋଇଛି । ଏହି ଆବାସ ଘରର କାର୍ଯ୍ୟାଦେଶ ଖପ୍ରାଖୋଲ ବ୍ଲକର ପୂର୍ବ ବିଡିଓ ଯୁଧିଷ୍ଠିର ନାଏକ ଥିବା ସମୟରେ ମୋତେ ମିଳିଥିବା ସହ ମୋ ଗାଁର ୨/୩ଜଣଙ୍କୁ ମିଲିଛି । ଟଙ୍କପାଣି ପଞ୍ଚାୟତର ସରେଇବାହାଲ ଗାଁର ମଧ୍ୟ କିଛି ହିତାଧିକାରୀଙ୍କୁ ଦିଆଯାଇଛି ବୋଲି ଘୁସାମଣୀ ବାଗ ଓ ତାଙ୍କ ସ୍ବାମୀ ଗଣମାଧ୍ୟମକୁ କହିଛନ୍ତି ।

ବିଡିଓ ଯୁଧିଷ୍ଠିର ନାଏକଙ୍କୁ ଯେତେବେଳେ ଅଭିଯୋଗ କରି ଆସୁଥିଲେ, ମୁଁ ଡିଆରଡିଏ ବଲାଙ୍ଗିର ଅଫିସକୁ ପଠାଇଛି ସେଠାରୁ ଫେରିଲେ ମୁଁ ଆପଣଙ୍କୁ ଜଣାଇବି ବୋଲି ଦିନ ଗଡାଇ ଚାଲିଥିଲେ ।ଏବେ ଗୋଟିଏ ଘରେ ୮ ଜଣ ସଦସ୍ୟ ଅଛନ୍ତି । ରହିବା ପାଇଁ ବହୁତ ଅସୁବିଧା ହେଉଛ । ବାରମ୍ବାର ବ୍ଲକ ଅଫିସ ଧାଇଁ ଧାଇଁ ଥକି ଗଲୁଣି । ଥିଲାବାଲାଙ୍କୁ ଘର ମିଳୁଥିବା ବେଳେ ଆମ ପରି ଗରିବ ଲୋକଙ୍କୁ ପ୍ରଶାସନ ଅଣଦେଖା କରୁଛନ୍ତି । ପ୍ରଶାସନ ଶୀଘ୍ର ଆମର ସମସ୍ୟାର ସମାଧାନ କରନ୍ତୁ ବୋଲି ଘୁସାମଣୀ କହିଛନ୍ତି । ନଚେତ୍ ଆଗାମୀ ଦିନରେ ଆମର ସପରିବାର ବ୍ଲକ ଅଫିସ ଆଗରେ ଅନଶନ କରିବାକୁ ବାଧ୍ୟ ହେବୁ ବୋଲି କହିଛନ୍ତି ।

Leave A Reply

Your email address will not be published.