ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର କାର୍ଯ୍ୟକାରୀ ସଭାପତି ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତା ଓ ସୁଭାଷିନୀ ସାହୁଙ୍କ ସଂଯୋଜନାରେ ମାସିକ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି । ଏହି ଆସରର ଆଲୋଚକ ଭାବେ ଅଧ୍ୟାପକ ଡ଼ଃ ପ୍ରଶାନ୍ତ କୁମାର ମହାରଣା ଆଲୋଚ୍ୟ ବିଷୟ ଶ୍ରମ, ସ୍ୱାସ୍ଥ୍ୟ ଓ ଇଶ୍ଵର ସମ୍ପର୍କରେ ଆଲୋଚନା କରିଥିଲେ । ଡ଼ଃ ମହାରଣା ତାଙ୍କ ବକ୍ତବ୍ୟରେ କହିଲେ ଯେ, ଯେଉଁ କର୍ମରେ ଆଶା ପ୍ରତ୍ୟାଶା ନଥାଏ ତାକୁ ଇଶ୍ୱରଙ୍କୁ ସମର୍ପଣ କଲେ ତାହା ଫଳପ୍ରଦ ହୁଏ । ନିଜେ ନିଜକୁ ଭଲ ନ ପାଇଲେ ଅନ୍ୟର ଶ୍ରଦ୍ଧା ପାଇବା କଠିନ ହୁଏ । ଭଲ ସ୍ୱାସ୍ଥ୍ୟ ପାଇଲେ ଆମେ ଉଚିତ୍ ମାର୍ଗରେ ଯାଇପାରିବା । କର୍ମ କରି ଆଶା ନରଖିଲେ କର୍ମ କରିବାର ଶାନ୍ତି ମିଳିବ । ଏହାସହ ଶାରିରୀକ ସ୍ୱାସ୍ଥ୍ୟ, ମାନସିକ ସ୍ଵାସ୍ଥ୍ୟ, ପରିବେଶ ସ୍ୱାସ୍ଥ୍ୟ, କର୍ମଯୋଗ ଓ କ୍ରିୟାଯୋଗ ସମ୍ପର୍କରେ ବ୍ୟାପକ ଆଲୋଚନା କରିଥିଲେ । ପରେ ରାଜକୁମାର ମହାନ୍ତି ‘ମିନୁ ଅପା’ ଏବଂ ଭୂପେନ ମହାପାତ୍ର ‘ମିଛର ଅନ୍ୟ ନାମ’ଗଳ୍ପ ପାଠ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ସୁଭାଷିନୀ ସାହୁ ଓ ସୁଶାନ୍ତ ନାୟକଙ୍କ ସଂଯୋଜନାରେ ସର୍ଵଶ୍ରୀ ବଜେନ୍ଦ୍ର ଦାଶ, ସୁମିତା ସ୍ୱାଇଁ, ରବିନ୍ଦ୍ର କୁମାର ମହାନ୍ତି, ଅଜୟ କୁମାର ମହାନ୍ତି, ସଂଯୁକ୍ତା ଦାଶ, ଉପେନ୍ଦ୍ର କୁମାର ବସ୍ତିଆ, ନୃସିଂହ ଚରଣ ବିଶ୍ୱାଳ, ଗୌତମ ଦାସ,ଭୂପେନ ମହାପାତ୍ର, ମୀନକେତନ ପଶାୟତ, ବ୍ରହ୍ମାନନ୍ଦ ପାଢ଼ୀ ଏବଂ ସଂଯୋଜକ ଦ୍ୱୟ କବିତା ପାଠ କରିଥିଲେ । ପ୍ରାରମ୍ଭରେ ଅଧ୍ୟକ୍ଷତା କରୁଥିବା ଶ୍ରୀଆଚାର୍ୟ୍ୟ ସ୍ୱାଗତ ଭାଷଣ ସହ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। କବିତା ଦାଶ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ଡ଼ଃ ସୁମନ ଦତ୍ତ, ଗଦାଧର ରଥ, ଅଜୟ ମହାନ୍ତି,ତରୁଲତା ପଣ୍ଡା, ନିରୁପମା ଚାନ୍ଦ, ଗୀତାଞ୍ଜଳି ମହାରଣା,କୈ।ଶଲ୍ୟା ମହାରଣା, ପ୍ରିୟା ପାତ୍ର, ରାଜଶ୍ରୀ ନାୟକ, ଚିତ୍ତରଞ୍ଜନ ଦାସ, ଶୁକଦେବ ସାହୁ, ବିଜୟିନୀ ଜେନା,ଶରତ ରାଉତ, ଶ୍ରୀକାନ୍ତ ପାଣିଗ୍ରାହୀ,ବିଭୁଦତ୍ତ ବେହେରା, ମମତା ମହାପାତ୍ର, ଅରବିନ୍ଦ ପାତ୍ର, ରାଧାମୋହନ ନାୟକ,ଗଗନାନନ୍ଦ ପ୍ରଧାନ, ସଂଗ୍ରାମପ୍ରିୟ ତନ୍ତୀ, ପୀତବାସ ପ୍ରଧାନ, ରବିନ୍ଦ୍ର ଠାକୁର, ବସନ୍ତ ମହାରଣା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.