୨୦୦ ୟୁନିଟ୍ ଦେୟମୁକ୍ତ ବିଜୁଳି ଆନ୍ଦୋଳନ ପାଇଁ ଅତାବିରାରେ ଆମ୍ ଆଦମୀ ପାର୍ଟିର ପ୍ରସ୍ତୁତି ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବିଜୁଳି ଏକ ମୌଳିକ ଆବଶ୍ୟକତା ହୋଇଥିବା ବେଳେ ଏହାର ମାତ୍ରାଧିକ ଦର ବୃଦ୍ଧି କରି ରାଜ୍ୟ ସରକାର  ସାଧାରଣ ଲୋକଙ୍କ ଉପରେ ଶୋଷଣ କରୁଥିବା ଅଭିଯୋଗ କରିଛି ଆମ୍ ଆଦମୀ ପାର୍ଟି । ଦିଲ୍ଲୀରେ ଯେପରି ସମସ୍ତଙ୍କୁ ୨୦୦ ୟୁନିଟ ବିଜୁଳି ଫ୍ରୀ ଦିଆଯାଉଛି ସେହିପରି ଓଡିଶାରେ ମଧ୍ୟ ସମସ୍ତଙ୍କୁ ୨୦୦ ୟୁନିଟ ବିଜୁଳି ଦେବାକୁ ଆମ୍ ଆଦମୀ ପାର୍ଟି(ଆପ୍) ଦସ୍ତଖତ ଅଭିଯାନ ଆରମ୍ଭ କରିଛି । ଏଥିପାଇଁ ଅତାବିରା ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ କେକେ ଭବନରେ ଏହି ବୈଠକ ହୋଇଥିଲା । ଏଥିରେ ୨୨ ଜଣ ନୂଆ ସଭ୍ୟ ଯୋଗଦେଇ ଥିଲେ । ଜିଲ୍ଲା ଆବାହକ ଭବାନୀ ସାହୁ, ପବିତ୍ର ଦେହେରୀ, ଅସିତ ସାହୁ, ଆଶିଷ ମିଶ୍ର ଉପସ୍ଥିତ ରହିଥିଲେ । ସଭାକୁ ଜୟକିଶନ ଛୁରିଆ ସଂଚାଳନ କରିଥିଲେ ।

Leave A Reply

Your email address will not be published.