ଆଜି ପ୍ରକାଶ ପାଇବ +୨ ବିଜ୍ଞାନ ପରୀକ୍ଷା ଫଳ

ଭୁବନେଶ୍ୱର, (କେପିଏନ୍ଏସ୍) : ଆଜି ପ୍ରକାଶ ପାଇବ +୨ ବିଜ୍ଞାନ ପରୀକ୍ଷା ଫଳ । ତେବେ ଆଜି ଦିନ ୧୨.୩୦ରେ ଏହା ସିଏଚ୍ଏସ୍ଇ କାର୍ଯ୍ୟାଳୟରେ ପ୍ରକାଶ ପାଇବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ +୨ ବିଜ୍ଞାନ ପରୀକ୍ଷା ଫଳ ୱେବ୍ ସାଇଟ୍ www.orissaresults.nic.inରେ ମିଳି ପାରିବ । ରାଜ୍ୟରେ ୯୭,୫୩୬ ଜଣ ଛାତ୍ରଛାତ୍ରୀ +୨ ବିଜ୍ଞାନ ପରୀକ୍ଷାରେ ପଦାର୍ପଣ କରିଥିବା ବେଳେ କରୋନା କଟକଣା ଯୋଗୁଁ ପରୀକ୍ଷା ଫଳ ପ୍ରକାଶ ପାଇବାରେ ବିଳମ୍ବ ହୋଇଛି । ତେବେ ଅଗଷ୍ଟ ଶେଷ ସପ୍ତାହରେ +୨ କଳା ଓ ଅଗଷ୍ଟ ତୃତୀୟ ସପ୍ତାହରେ +୨ ବାଣିଜ୍ୟ ଫଳାଫଳ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.