କରୋନା ମହାମାରୀ ଯୋଗୁଁ ଜନ୍ମାଷ୍ଟମୀ ଉତ୍ସବ ଫିକା ପଡିଲା : ସାମାଜିକ ଦୁରତା ରକ୍ଷା କରି ହେଲା ପାଳନ

ସଇଁତଲା, (ପ୍ରଶାନ୍ତ କୁମାର ମେହେର) : କରୋନା ମହାମାରୀକୁ ଦୃଷ୍ଟିରେ ରଖି ଦୁଇ ଦିନ ଧରି ଜନ୍ମାଷ୍ଟମୀ ପୂଜା ପବିତ୍ର ଅଷ୍ଟମୀ ତିଥିରେ ସାମାଜିକ ଦୁରତା ରକ୍ଷା କରି ସଇଁତଲା ଅଞ୍ଚଳରେ ପାଳନ କରାଯାଇଛି । ତେବେ ପୂର୍ବ ବର୍ଷ ଭଳି କୋୖଣସି ଗହଳ ଚହଳ ନାହିଁ କି ଶ୍ରଦ୍ଧାଳୁଙ୍କ ଭିଡ ହୋଇ ନ ଥିବା ପରିଳିକ୍ଷିତ ହେଉଛି । ସବୁ ମନ୍ଦିର ଗୁଡ଼ିକୁ ଭକ୍ତଙ୍କ ସମାଗମ ବନ୍ଦ ରହିଥିବା ବେଳେ ମନ୍ଦିର ଗୁଡ଼ିକରେ ରୀତିନୀତି ଅନୁସାରେ ପୁଜା କାର୍ୟ୍ୟ କରିଥିଲେ ସୁଦ୍ଧା ସବୁ ଖାଁ ଖାଁ ଲାଗୁଥିଲା । ସୂଚନା ଏହି କି ଯେ ଏହି ପର୍ବକୁ ପ୍ରାୟ ସମସ୍ତେ ପାଳନ କରିଥାନ୍ତି । କିନ୍ତୁ କରୋନା ମହାମାରୀ ରୂପ ନେଇଥିବାରୁ ସରକାରଙ୍କ ନିଷ୍ପତ୍ତି ସମ୍ମାନ ଜଣାଇ ସମ୍ପୁର୍ଣ୍ଣ ଭାବରେ ସାମାଜିକ ଦୁରତା ରକ୍ଷା କରିବା ସହ ଉକ୍ତ ପୂଜାକୁ ଦୁଇ ଦିନ ଧରି ପାଳନ କରାଯାଇଛି ।

ପ୍ରତି ବର୍ଷ ସ୍କୁଲ ଗୁଡିକରେ ଛୋଟ ଛୋଟ ଶିଶୁମାନଙ୍କୁ କୃଷ୍ଣ, ବଳରାମ, ରାଧା ଓ ସୁଦାମା ବେଶରେ ସଜା ଯାଇଥାଏ । କିନ୍ତୁ ଏ ବର୍ଷ ତାହା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଆଘାତ ଦେଇଛି । କିନ୍ତୁ ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ନିଜ ନିଜ ବାସଭବନରେ ଶିଶୁମାନଙ୍କୁ କୃଷ୍ଣ, ବଳରାମ, ରାଧା, ବେଶରେ ସଜା ଯାଇଥିବା ସୋସିଆଲ ମିଡିଆରେ ବେଶ ଘୁରି ବୁଳୁଛି ।

Leave A Reply

Your email address will not be published.