୧୯ରେ ପ୍ରକାଶ ପାଇବ ଯୁକ୍ତ ୨ ବାଣିଜ୍ୟ ପରୀକ୍ଷା ଫଳ

ଭୁବନେଶ୍ୱର, (କେପିଏନ୍‌ଏସ୍‌): ଆସନ୍ତା ୧୯ ତାରିଖ ୧୧ଟା ୩୦ରେ ପ୍ରକାଶ ପାଇବ ଯୁକ୍ତ ୨ ବାଣିଜ୍ୟ ପରୀକ୍ଷା ଫଳ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନା ଦେଇଛନ୍ତି । ଚଳିତ ବର୍ଷ ଯୁକ୍ତ ୨ ବାଣିଜ୍ୟରେ ୨୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ପରୀକ୍ଷା ଫଳ www.orissaresult.nic ୱେବ୍‌ ସାଇଟ୍‌ରେ ପ୍ରକାଶ ପାଇବ । ଏହା ଛଡା ସିଏଚ୍‌ଏସସି ପକ୍ଷରୁ ଫୋନ୍‌ ନମ୍ବର ଉପଲବ୍ଧ ହେବ । ଫୋନ୍‌ ନମ୍ବର ଦ୍ୱାରା ହିଁ ଛାତ୍ରଛାତ୍ରୀ ମାନେ ନିଜର ପରୀକ୍ଷା ଫଳ ଜାଣିପାରିବେ । ପୂର୍ବରୁ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇସାରିଛି ।

Leave A Reply

Your email address will not be published.