ls

ଇସାଫ୍‌ ବ୍ୟାଙ୍କ ଲୁଟ୍‌ ଉଦ୍ୟମ ଘଟଣାର ଖୁଲାସା କଲା ପୋଲିସ

sb

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ କାଲି ଅପରାହ୍ନ ୪ଟା ସମୟରେ ବଲାଙ୍ଗିର ସହର ଗାନ୍ଧୀନଗର ପଡାରେ ଥିବା ଇସାଫ୍‌ ବ୍ୟାଙ୍କ ଲୁଟ୍‌ ଉଦ୍ୟମ ଘଟଣାରେ ଗିରଫ ହୋଇଥିବା ମନମୋହନ ପ୍ରଧାନଙ୍କ ଶୁକ୍ରବାର କୋର୍ଟଚାଲାଣ କରିଛି ବଲାଙ୍ଗିର ପୁଲିସ । ତା’ଠାରୁ ଏକ ବାଇକ୍‌, ବ୍ୟାଗ, ଖେଲଣା ବନ୍ଧୁକ, ଭୁଜାଲି, ପର୍ସ ଜବତ କରିଛି । ତେବେ ଅନ୍‌ଲାଇନ୍‌ ଗେମ୍‌ ଖେଳି ସେ ଲକ୍ଷାଧିକ ଟଙ୍କା ହାରିବା ପରେ ଭରଣା କରିବାକୁ ବ୍ୟାଙ୍କ ଲୁଟ୍‌ ଉଦ୍ୟମ କରିଥିଲା ବୋଲି ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ଏସ୍‌ଡିପିଓ ପ୍ରଦୀପ କୁମାର ସାହୁ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଗିରଫ ହୋଇଥିବା ମନମୋହନ ପ୍ରଧାନ ହେଉଛନ୍ତି ଆଗଲପୁର ଥାନା ଅର୍ନ୍ତଗତ ବଡଟିକା ଗ୍ରାମର । ଗତ ଗୁରୁବାର ଅପରାହ୍ନରେ ସେ ଇସାଫ୍‌ ବ୍ୟାଙ୍କ ଲୁଟ୍‌ କରିବାକୁ ପଶିଥିଲା । ଖେଲଣା ବନ୍ଧୁକ ଦେଖାଇ ଟଙ୍କା ଲୁଟିବାକୁ ଉଦ୍ୟମ କରୁଥିବାବେଳେ ବ୍ୟାଙ୍କର ସୁରକ୍ଷାକର୍ମୀ, କର୍ମଚାରୀ ଓ ଜଣେ ଗ୍ରାହକ ତାଙ୍କୁ କାବୁ କରିଥିଲେ । ଉତ୍ତମ ମଧ୍ୟମ ଦେଇ ପୁଲିସରେ ଜିମା ଦେଇଥିଲେ । ପୁଲିସ ତାକୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲା । ସେଠାରେ ଚିକିତ୍ସିତ କରିବା ପରେ ଥାନାକୁ ଆଣି ପଚରାଉଚୁରା କରିଥିଲା । ଅନ୍‌ଲାଇନ୍‌ ଗେମ ଖେଳି ପ୍ରାୟ ୭ ଲକ୍ଷ ଟଙ୍କା ହାରିଯାଇଥିବା ବେଳେ ତାକୁ ଭରଣା କରିବାକୁ ବ୍ୟାଙ୍କ୍‌ ଲୁଟ୍‌ ଉଦ୍ୟମ କରିଥିବା କହିଛି ଅଭିଯୁକ୍ତ ବୋଲି ଏସ୍‌ଡିପିଓ ସୂଚନା ଦେଇଛନ୍ତି । ପଚରାଉଚୁରା ପରେ ମନମୋହନକୁ କୋର୍ଟ ଚାଲାଣ କରାଯାଇଥିଲା । ସୂଚନା ଦେଇଛନ୍ତି ଏସ୍‌ଡ଼ିପିଓ ଶ୍ରୀ ସାହୁ । ସେପଟେ ମନମୋହନଙ୍କ ବାପା ସେ ଗେମ୍ ଖେଳି ସମସ୍ତ ପଇସା ସାରି ଦେଇଥିବାରୁ ଏସବୁ କରିଛି ବୋଲି ପ୍ରତକ୍ରିୟ ରଖିଛନ୍ତି ।

pc pk
Leave A Reply

Your email address will not be published.