ଚନ୍ଦ୍ର ପୃଷ୍ଠରୁ ଆଣିଥିବା ‘ଉପହାର’ ଦେଖାଇଲା ଚୀନ୍‌

ବେଜିଂ : ଗତ ବର୍ଷ ଡିସେମ୍ବରରେ ଚୀନ୍‌ର ମିଶନ ‘ଚାଙ୍ଗେ’ ଚନ୍ଦ୍ର ପୃଷ୍ଠରୁ ୪୫ ବର୍ଷ ପରେ ପୃଥିବୀକୁ ଏକ ନମୁନା ଆଣିଥିଲା । ଚୀନ୍‌ ବର୍ତ୍ତମାନ ଏହି ନମୁନାଗୁଡ଼ିକର ଚିତ୍ର ପ୍ରକାଶ କରିଛି । ‘ଚାଙ୍ଗେ’ ତା ସହ ୩.୮ ପାଉଣ୍ଡ ମାଟି ଏବଂ ପଥରର ନମୁନା ଆଣିଥିଲା । ଏହି ନମୁନାକୁ ଚୀନ୍‌ର ଜାତୀୟ ସଂଗ୍ରହାଳୟରେ ଏକ ସ୍ଫଟିକ ପାତ୍ରରେ ପ୍ରଦର୍ଶିତ କରାଯିବ । ପାତ୍ରଟି ଏକ ପାରମ୍ପାରିକ ଚାଇନିଜ୍ ବାସନକୁସନ ଜୁନ୍ ପରି ଡିଜାଇନ୍ ହୋଇଛି ।

ଚୀନ୍‌ ଚନ୍ଦ୍ର ପୃଷ୍ଠରୁ ନମୁନା ସଂଗ୍ରହ କରିବାରେ ତୃତୀୟ ଦେଶ ହୋଇପାରିଛି । ଚୀନ୍‌ର ଏହି କୀର୍ତ୍ତିମାନରେ ମଧ୍ୟ ବିଶେଷ କାରଣ ରହିଛି । ଚୀନ୍ ଚନ୍ଦ୍ରରେ ତିନିଥର ଅବତରଣ କରିବାକୁ ଚେଷ୍ଟା କରିଛି ଏବଂ ତିନିଥର ସଫଳ ହୋଇଥିବା ବେଳେ ଅନ୍ୟ ଦେଶ ଅନେକ ବିଫଳତାର ସମ୍ମୁଖୀନ ହୋଇଛନ୍ତି । ଚୀନ୍‌ର ସ୍ପେସ୍ ପ୍ରୋଗ୍ରାମ୍ ଦ୍ରୁତ ଗତିରେ ଉନ୍ନତ ହେବାକୁ ଯାଉଛି । କିନ୍ତୁ ଏହାର ପ୍ରତିଯୋଗିତା ଆମେରିକାର ଆର୍ଟେମିସ୍ କାର୍ୟ୍ୟକ୍ରମ ସହିତ ଅଛି, ଯାହା ୨୦୨୪ ସୁଦ୍ଧା ମଣିଷକୁ ଚନ୍ଦ୍ର ପୃଷ୍ଠକୁ ଆଣିବାକୁ ଚାହୁଁଛି । ଏଥି ସହିତ ୟୁରୋପୀୟ ସ୍ପେସ୍ ଏଜେନ୍ସି ମଧ୍ୟ ଲ୍ୟାଣ୍ଡର ପଠାଇବାକୁ ଯୋଜନା କରୁଛି ।

Leave A Reply

Your email address will not be published.