om academy

କୃଷି ଆଇନ ବିରୁଦ୍ଧରେ ରାହୁଲ ଗାନ୍ଧୀଙ୍କ ଟ୍ରାକ୍ଟର ର‍୍ୟାଲିକୁ ହରିୟାଣା ଆସିବା ପୂର୍ବରୁ ଅଟକାଇ ଦେଲା ପୋଲିସ

jsm

ନୂଆଦିଲ୍ଲୀ : କୃଷି ଆଇନ ବିରୁଦ୍ଧରେ ରାହୁଲ ଗାନ୍ଧୀଙ୍କ ଟ୍ରାକ୍ଟର ର‍୍ୟାଲିକୁ ହରିୟାଣା ଆସିବା ପୂର୍ବରୁ ଅଟକାଇ ଦେଇଛି ପୋଲିସ । ସୂଚନା ଅନୁସାରେ ଆଜି ରାହୁଲ ଗାନ୍ଧୀ ଟ୍ରାକ୍ଟର ର‍୍ୟାଲିରେ ପଞ୍ଜାବରୁ ହରିୟାଣା ବାହାରିଥିଲେ । ଉଲ୍ଲେଖଯୋଗ୍ୟ ଯେ, କୃଷି ଆଇନକୁ ବିରୋଧ କରି ତିନି ଦିନ ପାଇଁ ଟ୍ରାକ୍ଟର ର‍୍ୟାଲିର ଆୟୋଜନ କରାଯାଇଥିବା ବେଳେ ର‍୍ୟାଲି ପଞ୍ଜାବରୁ ଆଜି ହରିୟାଣା ଆସିବା ବେଳେ ପୋଲିସ ଦଳ ର‍୍ୟାଲିକୁ ହରିୟାଣା ଭିତରକୁ ଯିବାକୁ ଦେଇନାହିଁ । ରାହୁଲ ଗାନ୍ଧୀ ଗଣମାଧ୍ୟମକୁ କହିଛନ୍ତି ଯେ, ପୋଲିସ ଆମକୁ ହରିୟାଣା ସୀମାରେ ଅଟକାଇ ଦେଇଛି । ମୁଁ ଏଇଠି ହରିୟାଣା ଭିତରକୁ ଯିବା ପାଇଁ ଅନୁମତି ଦିଆଯିବା ବେଳ ପର୍ଯ୍ୟନ୍ତ ରହିବି । ଯେତେ ସମୟ ଲାଗିଲେ ବି ମୁଁ ଅପେକ୍ଷା କରିବି । ମୁଁ ଏଠାରୁ ହଲିବି ନାହିଁ ।

Leave A Reply

Your email address will not be published.